ନାବାଳିକା ଗର୍ଭବତୀ ହେବା ଘଟଣା; ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ୧୪ ବର୍ଷ ନାବାଳିକା ଗର୍ଭବତୀ ହେବା ପରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସଦର ଥାନା ସୁଡ୍ରୁକୁମ୍ପା ଅଞ୍ଚଳର ବବୁଲ ବେହେରାକୁ ପୁଲିସ ଗିରଫ କରିଛି । ସହମତିରେ ବିବାହ କରି ନାବାଳିକାକୁ ୪ ମାସ ପୂର୍ବେ ବବୁଲ ଘରକୁ ନେଇ ଯାଇଥିଲା। ଦୁହେଁ ସ୍ବାମୀ ଓ ସ୍ତ୍ରୀ ଭାବେ ରହୁଥିଲେ । ଏହା ପ୍ରଘଟ ହେବା ପରେ ପୁଲିସ ଓ ଚାଇଲଡ ଲାଇନ ଟିମ୍ ତନାଘନା କରି ନାବାଳିକାକୁ ଉଦ୍ଧାର କରିଥିଲେ । ଏବେ ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ବେଳେ ନାବାଳିକାକୁ ବନବାସୀ ସୁଧାର ଗୃହରେ ରଖାଯାଇଛି । ନାବାଳିକାର ବାପାକୁ ଅଭିଯୋଗ କରିବାକୁ କୁହାଯାଇଥବା ବେଳେ ସେ ଅପହରଣ ଓ ଦୁଷ୍କର୍ମ କରିବାର ଅଭିଯୋଗ କରିଥିଲେ । ପରେ ଅଭିଯୋଗ କ୍ରମ‌େ ପୁଲିସ ବବୁଲକୁ ଘରୁ ଉଠାଇ ଆଣିବା ସହ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଅପହରଣ ନୁହେଁ, ସହମତିରେ ବାହାଘର ହୋଇଥିଲା ବୋଲି ବବୁଲ କୋର୍ଟ ଚାଲାଣ ସମୟରେ କହିଥିଲା । କନ୍ଧମାଳ ବାଲ୍ୟ ବିବାହ ମୁକ୍ତ ଆଡ଼କୁ ଯାଉଛି ବୋଲି ପ୍ରଶାସନ ଓ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ପ୍ରଚାର କରି ଆସୁଥିବା ବେଳେ କିଭଳି ଜଣେ ନାବାଳିକାର ବିବାହ ହେଲା ଏବଂ ତାର କେହି ବି ଟେର ପାଇଲେ ନାହିଁ,  ତାହା ସାଧାରଣରେ ଉଦବେଗ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ