ନାବାଳିକା ଛାତ୍ରୀ ଗର୍ଭବତୀ ମାମଲା; କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚାର ଧାରଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି ଯୁବମୋର୍ଚ୍ଚା। ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବମୋର୍ଚ୍ଚାର ସଦସ୍ୟମାନେ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଥାଉକି, ଜିଲ୍ଲାରେ ଥିବା ଅନ୍ୱେଷା ଛାତ୍ରାବାସରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ। ଏହାପରେ ତାଙ୍କର ପ୍ରସବ ପରେ ଉଭୟ ନବଜାତ ଶିଶୁ ଓ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା।କିନ୍ତୁ ଏନେଇ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ଯୁବମୋର୍ଚ୍ଚା ସଭାପତି ଅଭିଯୋଗ କରିଛନ୍ତି। ସଭାପତି କହିଛନ୍ତି ଯେ, ପ୍ରଶାସନ କେବଳ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ ହଷ୍ଟେଲ୍‌ର କେବଳ ମୋଟ୍ରୋନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କିନ୍ତୁ ଏଥିରେ ଅନ୍ୟ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ପ୍ରଶାସନ ଚୁପ୍‌ ବସିଛି। ପୀଡ଼ି଼ତା ପରିବାରକୁ କ୍ଷତିପୂରଣ ସହିତ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଜିଲ୍ଲା ଯୁବମୋର୍ଚ୍ଚା ଏବେ ଦାବି କରିଛି। ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର କହିଛନ୍ତି। ଏହି ଧାରଣାରେ ବରିଷ୍ଠ ବିଜେପି ନେତା ରାମବିଶି ଡିଗାଲ ଓ ଦେବ ନାରାୟଣ ପ୍ରଧାନଙ୍କ ସହିତ ବହୁ ଯୁବ ମୋର୍ଚ୍ଚା ନେତା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ