ନାବାଳିକା ଝିଅ ଅପହରଣ ନେଇ ସଦର ଥାନାରେ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ମାଗୁଣି ଚରଣ ଦାସଙ୍କ ପୁଅ ସଞ୍ଜୟ କୁମାର ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘରେ କେହି ନଥିବା ସମୟରେ ତାଙ୍କ ୧୬ବର୍ଷ ବୟସର ନାବାଳିକା ଝିଅକୁ କେହି ଅପହରଣ କରିନେଇଛି । ଏଥିସହିତ ଘରେ ଥିବା ନଗଦ ୩ହଜାର ଟଙ୍କା ସହ ସୁନା ଚେନ, କାନଫୁଲ ଓ ମୁଦି ମଧଯୟ ନଥିବା ସେ ଅଭିଯୋଗ କରିଛନ୍ତି । ସେହି ଗ୍ରାମର ସେକ ତଫିରୁଦ୍ଦିନଙ୍କ ପୁଅ ସେକ ଜାକିର ମନ୍ଦ ଉଦେଶ୍ୟ ରଖି ତାଙ୍କ ନାବାଳିକା ଝିଅକୁ ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ଜାକିର ତାଙ୍କ ନାବାଳିକା ଝିଅକୁ ରାଜ୍ୟ ବାହାରକୁ ନେଇପଳାଇ ଯିବାର ସମ୍ଭାବନା ଥିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନାବାଳିକା ଝିଅକୁ ଉଦ୍ଧାର କରିବା ପାଇଁ ସଞ୍ଜୟ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ