ନାବାଳିକା ଦୁଷ୍କର୍ମକାରି ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ୧୪ ତାରିଖ ରାତି ୮ ଟା ସମୟରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ନୁଆସନ୍ଥ ପଂଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଥିଲା l ଗ୍ରାମରେ ରାମଚରିତ ମାନସ ପାରାୟଣ ଚାଲୁଥିବା ବେଳେ ୭ବର୍ଷର ନାବାଳିକା ଟିଏ ନିକଟରେ ଥିବା ଗୃହ ସମ୍ମୁଖରେ ଖେଳୁଥିଲା l ଗ୍ରାମର ଗଗନ ଜେନା ଝିଅଟିକୁ ଏକୁଟିଆ ପାଇ ନିକଟସ୍ଥ କେନାଲ ବନ୍ଧନିକଟକୁ ଟେକିନେଇ ଦୁଷ୍କର୍ମ କରିଥିଲା l ଝିଅଟି ଚିତ୍କାର କରିଥିଲେ ମଧ୍ୟ ପାରାୟଣ ଯୋଗୁଁ କେହି ଶୁଣିପାରିନଥିଲେ l ପରବର୍ତୀ ସମୟରେ ପରିବାର ନିକଟରେ ଝିଅ କହିଥିଲା l ଲୋକଲଜ୍ୟା ଭୟ କରି ପରବାର ଲୋକେ ନିରବ ରହିଥିଲେ l ଝିଅଟିର ଅବସ୍ଥା ଗୁରୁତର ହୋଇ ପଡିବାରୁ ଶେଷରେ ପରିବାର ଲୋକ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ପୋଲିସ ଗଗନ ଜେନାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ପୋଲିସ ପକ୍ଷରୁ ପୀଡିତାକୁ ତୁରନ୍ତ ନ୍ୟାୟ ଦେବା ପାଇଁ ରେଡ ଫ୍ଲାଗ ମକଦ୍ଦମା ଭାବେ ଏହାକୁ ଗ୍ରହଣ କରାଯିବା ସହିତ ସାଇଣ୍ଟିଫିକ ଟିମ ଦ୍ଵାରା ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଛି l ଜିଲ୍ଲା ମୁଖ୍ୟାଳୟର ଡିଏସପି ମନୋବ୍ରତା ଶତପଥୀଙ୍କୁ ଏହି ସମ୍ବେଦନଶୀଳ ଘଟଣା ର ତଦନ୍ତ ଦାଇତ୍ୱ ଦିଆଯାଇଛି l ଆଜି ବଳଙ୍ଗା ଥାନା ପରିସର ରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଏସ ପି ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସ ଆଇ ଅଭିମନ୍ୟୁ ନାୟକ, ରଶ୍ମି ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ