ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ
ଦେଶରେ ଦୁଷ୍କର୍ମ କାରୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଦୁଷ୍କର୍ମକାରୀ ମାନଙ୍କୁ କଠୋରରୁ କଠୋର ଦଣ୍ଡବିଧାନ କରିବା ନିମନ୍ତେ ସରକାର ତରଫରୁ କଡାକଡି ନିୟମ କରାଯାଇଛି । ବହୁ ବର୍ଷ ଧରି ଭାରତରେ ଫାଶୀ ଶବ୍ଦର ବ୍ୟବହାର ବହୁଳ ହେଉନଥିବା ବେଳେ ପୁଣୀ ସତେଜ ହୋଇଉଠିଛି ଫାଶୀ ଶବ୍ଦଟି । ଭାରତୀୟ ଆଇନ ଦଣ୍ଡ ବିଧାନର ଶେଷ ଦଣ୍ଡ ହେଉଛି ମୃତ୍ୟୁ ଦଣ୍ଡ । ଦେଶରେ ଦୁଷ୍କର୍ମକାରୀ ମାନଙ୍କୁ ପେସ୍କୋ ଆକ୍ଟ ବଳରେ ବିଚାର କରାଯାଇ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ଦୁଷ୍କର୍ମ କାରୀ ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହୋଇଛି । କେନ୍ଦ୍ରଝର ଜିଲ୍ଲାରେ ଜରେ ନାବାଳିକାଙ୍କୁ ସୁନିଳ ନାୟକ ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିଲେ । ଏହା ପରେ ପିଡିତା ଙ୍କ ଗଭୀର କ୍ଷତହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ନାବାଳିକା ପିଡିତାଙ୍କ ମୃତ୍ୟୁ ହୋଇଥିଲା ।ଦୀର୍ଘ ଦୁଇ ବର୍ଷ ଧରି ମାମଲାର ବିଚାର ଚାଲିଥିବା ବେଳେ ପୋକସୋ ଆକ୍ଟ ଅନୁଯାୟୀ ଓ ସାକ୍ଷୀ ଓ ସମସ୍ତ ପ୍ରମାଣକୁ ଭିତ୍ତିକରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । କେନ୍ଦୁଝର ଜିଲ୍ଲା ଏଡିଜେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।