ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସଂପର୍କୀୟ କକା ଥାନାରେ ଅଟକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅଂଚଳର ଜନୈକ ନାବାଳିକାକୁ ସଂପର୍କୀୟ କକା ଦୁଷ୍କର୍ମ ମାମଲା ନେଇ ପିଡିତାର ପିତା ଥାନାରେ ଲିଖିତ ହୋଇଛି ।ଖଇରିପାଳ ଗ୍ରାମର ଅର୍ଜୁନ କଳା(୪୮) ୧୫ ବର୍ଷୀୟା ନାବାଳିକା ସହିତ ବାରମ୍ବାର ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ମାନସିକ ନିର୍ଯ୍ୟାତନା ତଥା ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବା କଥା କହିଥିଲା । ଶାରିରୀକ ଓ ମାନସିକ ନିର୍ଯାତନା ସହି ନ ପାରି ବାଧ୍ୟ ହୋଇ ଘରେ ଜଣାଇବା ପରେ ନାବାଳିକାର ପିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ୪୭/୨୦ ମାମଲା ରୁଜୁ ହୋଇଥିଲା । ପୋଲିସ ଅର୍ଜୁନକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।


