ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ଗିରଫ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳ ରେ ପୁଣି ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। କରଞ୍ଜିଆ ଏନ୍ ଏ ସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ରଜାବନ୍ଧ ସାହିରେ ଘଟିଛି ଏହି ଘଟଣା।ଏକ ୬ ବର୍ଷ ର ନାବାଳିକା ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ । ୧୬ ବର୍ଷର ସମ୍ପର୍କୀୟ ଭାଇ ସାଜିଲା ଶୈତାନ।ଘଟଣା ଏହିକି ଯେ ଗତ ୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ପିଡିତା ଏକୁଟିଆ ଘରେ ଥିବା ଦେଖି ମାତ୍ର ଏକ ଟଙ୍କାର ପ୍ରଲୋଭନ ଦେଖାଇ ସମ୍ପର୍କୀୟ ଭାଇ ଉକ୍ତ ନାବାଳିକା କୁ ଦୁଷ୍କର୍ମ କରିଥିବା ଜଣାପଡିଛି।ପିଡିତା ର ପେଟ ବ୍ୟଥା ହେବାରୁ ରୁ ପରିବାର ଲୋକେ ତାକୁ କଣ ପାଇଁ ପେଟ କାଟୁଛି ବୋଲି ପଚାରିଥିଲେ। ଏବଂ ସେ ସେଦିନ ସନ୍ଧ୍ୟା ର ଘଟଣା ବାବଦରେ ପରିବାର ଲୋକଙ୍କୁ ଖୋଲି କହିଥିଲା। ପିଡିତାଙ୍କ ପରିବାର ଲୋକେ ଅଭିଯୁକ୍ତ ପିଲାକୁ ଖୋଜାଖୋଜି କରିଥିଲେ। ମାତ୍ର ନପାଇବାରୁ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଖବର ପାଇ କରଞ୍ଜିଆ ଥାନା ପକ୍ଷରୁ ଅଭିଯୁକ୍ତ ନାବାଳକ କୁ ଖୋଜାଖୋଜି କରି ଆଜି ସକାଳୁ ପ ପୋଲିସ ନାବାଳକକୁ ଗିରଫ କରି ଉଭୟଙ୍କୁ ଡାକ୍ତରୀ ମାଇନା ପରେ କେଶ୍ ନମ୍ବର ୧୨୮/୨୨ ରୁଜୁ କରି ଆଜି ବାରିପଦା ଜୁଭେନାଇଲ କୋର୍ଟ ଫରୱଡ କରିଥିବା ସୂଚନା ଦେଇଛନ୍ତି କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ସେଠୀ। ଏହି କେଶ୍ ର ତଦନ୍ତକାରୀ ଅଧିକାରୀ ପୋଲିସ ସବ୍ ଇନ୍ସପେକ୍ଟର ଅମ୍ବିକା ଦାସ ରହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ