ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୫ ବର୍ଷ ଜେଲ ତିନି ବର୍ଷରେ ବିଚାର ଶେଷ

ବ୍ରହ୍ମପୁର (ମନୋଜ କୁମାର ସାହୁ ) ; ୨୦୧୬ ନଭେମ୍ବର ୧୭ ତାରିଖ ରେ ଜୈନିକ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ବୈଦନାଥପୁର ଥାନାରେ ଅଭିଯୋଗ କରାଯାଇଥିଲା । ପି,ଏନ, ଟି କଲୋନିରେ ନିଜ ସଂପର୍କିୟଙ୍କ ଘରେ ରହୁଥିବା ରଶ୍ମିତା ( ଛଦ୍ମନାମୀ) ନାବାଳିକା ଙ୍କୁ ସେଲଟେକ୍ସ କାର୍ଯ୍ୟଳୟ ନିକଟରୁ ବାହାନା କରି ୪ ଜଣ ମେଡିକାଲ ପଡିଆକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିବା ନେଇ ବୈଦନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତ୍ତକରି ତକ୍ତାଳିନ ଥାନା ଅଧିକାରୀ ଅଜୟ ମିଶ୍ର ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବ୍ରହ୍ମପୁର ସ୍ଥିତ ଜିଲ୍ଳା କୋର୍ଟ ପରିସରରେ ଥିବା ସ୍ୱତନ୍ତ୍ର ପୋର୍ସ୍କ କୋର୍ଟରେ ବିଚାରଣ ହୋଇଥିଲା । ସାକ୍ଷୀଙ୍କ ବୟାନକୁ ଆଧାର କରି ମାନ୍ୟବର ବିଚାରପତି ଶ୍ରୀ ଦିପକ କୁମାର ଘଟଣାରେ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ୫୦ ହଜାର ଜୋରିମାନା କରିଛନ୍ତି ।ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଜା ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଘଟଣାରେ ସଂପୃକ୍ତଙ୍କ ମଧ୍ୟରେ ସତ୍ୟପାତ୍ର, ମନୋଜ ଜେନା , ବେନାବାହାଦୁର,ଓ ସିଲୁବେହେରା ପ୍ରମୁୁଖ ରହିଛନ୍ତି । ସରକାରଙ୍କ ତରଫର ୁସ୍ୱତନ୍ତ୍ର ପିପି ଶ୍ରୀ ନାରାୟଣ ପଣ୍ଡା ମକୋଦମା ପରିଚାଳନା କରିଥିଲେ । କୋର୍ଟ ପକ୍ଷରୁ ତୁରନ୍ତ ଏହି ପରି ବିଚାରଣ ହୋଇଥିବା ଯୋଗୁଁ ବୁଦ୍ଧିଯିବୀ ମହଲରେ ଖୁସୀର ଜାହିର କରାଯାଇଥିବା ବେଳେ କୋର୍ଟର କାର୍ଯ୍ୟକୁ ପ୍ରଂଶସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ