ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଜରିମାନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିବ କୁମାର ବେହେରା ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଘୋଷଣା କରିଛନ୍ତି । ଅଭିଯୁକ୍ତ ଜଣଙ୍କ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳର ଗଣ୍ଡାକାଠୀ ଗାଁର ସିଗ୍ନେ ବେହେରା ବୋଲି ଜଣା ପଡ଼ିଛି । ଏହି ମାମଲାରେ ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜରିମାନା ଅନାଦୟେ ତାକୁ ଅଧିକ ୬ ମାସ କାରା ଦଣ୍ଡ ଭୋଗିବାକୁ ବିଚାରପତି ରାୟ ଦେଇଛନ୍ତି । ଖବରଅନୁସାରେ, ଗତ ୨୦୧୯ ଜୁନ୍ ୨୦ ତାରିଖ ଦିନ ପିଡିତା (୧୬)ତାଙ୍କର ଘରେ ଏକୁଟିଆ ଥିବା ଜାଣି ଅଭିଯୁକ୍ତ ସିଗ୍ନେ ଅପରାହ୍ଣ ୩ ଟା ବେଳେ ପୀଡିତାଙ୍କ ଘରେ ପଶି ପିଡିତାଙ୍କ ମୁହଁରେ ଗାମୁଛା ଲଗାଇ ତା ସହିତ ଦୁଷ୍କର୍ମ କରୁଥିଲା। ଏହି ସମୟରେ ପିଡିତାଙ୍କ ବାପା ହଠାତ୍ ଘରକୁ ଆସି ଏହା ଦେଖି ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସି ଚାଲି ଯାଇଥିଲା । ପିଡିତାଙ୍କ ବାପା ଏହି ବିଷୟରେ ଗାଁ କମିଟିରେ ସଭା କରିଥିଲେ । ଏନେଇ ୨୦୧୯ ଜୁନ୨୪ ରେ ପିଡିତା ନିଜେ ଫୁଲବାଣୀ ସଦର ଥାନାରେ ଏକ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ ସଦର ଥାନା ପୋଲିସ ଏକ ମାମଲା ୫୪/୨୦୧୯ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସିଗ୍ନେକୁ ଗିରଫ କରି ଅଦାଲତରେ ହାଜର କରିଥିଲା । ଆଜି ସେହି ମାମଲାର ବିଚାର କରି ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି । ପିଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଧିବକ୍ତା ଅସୀମ କୁମାର ପ୍ରହରାଜ ମାମଲାର ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ