ନାବାଳିକା ଦୁଷ୍କର୍ମ ମାମଲା :  ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ଓ ଜୋରିମାନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ତ୍ବରିତ ଓ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ୮ ଜଣ ସାକ୍ଷୀ , ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାର ରେ ମାମଲାର ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହି ର ସିପୁ ବେହେରା (୩୧) କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୨0ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ  ହେଲେ  ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୨୦୧୫ ମସିହା ମେ ୧୯ ତାରିଖ ରେ ପିଡିତାଙ୍କୁ ଅପହରଣ କରି ଫୁଲବାଣୀ ଆଣି ଗୋଟିଏ ଘରେ ରଖିଥିଲା । ସେଠାରେ ଅଭିଯୁକ୍ତ ସିପୁ ପିଡିତାଙ୍କ ଇଛା ବିରୁଦ୍ଧରେ ତା ସହିତ ଦୁଷ୍କର୍ମ  କରୁଥିଲା । ପିଡିତା ଏହି ସଂକ୍ରାନ୍ତରେ ଖଜୁରୀପଡା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା କେଶ ନଂ.୪୩/୧୫ ରେ ଏକ ମକଦ୍ଦମା  ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ବିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି  l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ