ନାବାଳିକା ଭାବି ସାବାଳିକାକୁ ଉଠେଇ ଆଣିଲେ ଘରୁ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ । ଏହି ଜିଲ୍ଲାରେ ଆଦିବାସୀଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଉନ୍ନତି ମୂଳକ କାମ କରିବା ପାଇଁ ସରକାର ବିଭିନ୍ନ ବିଭାଗ ନିମନ୍ତେ ଅନେକ ଅଧିକାରୀ ମାନଙ୍କୁ ନିୟୋଜିତ କରଛନ୍ତି I କିନ୍ତୁ କିଛି ବିଭାଗର ଅଧିକାରୀ ମାନେ ଜନ ସାଧାରଣଙ୍କ ପାଇଁ କାମ କରିବା ପରିବର୍ତ୍ତେ  ତାଙ୍କ ମନ ମୁତାବକ କାମ କରୁଛନ୍ତି I ଏହିଭଳି ଏକ ଘଟଣା କୋରାପୁଟ ଜିଲ୍ଲା ରେ ଦେଖିବାକୁ ମିଳିଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦୀର୍ଘ ଏଗାର ବର୍ଷ ହେଲା ଗୋଟିଏ ଜିଲ୍ଲାରେ ରହି ବି କାର୍ଯ୍ୟ ଠିକରେ କରି ପାରୁନାହାଁନ୍ତି I ସେ ନିଜର ମନମାନୀ ଚଳେଇଛନ୍ତି I କିଛି ଦିନ ତଳେ ତାଙ୍କ ବିରୋଧରେ ଲାଞ୍ଚ ମାଗିବା ଓ ନ ଦେବାରୁ ଜାଣି ଶୁଣି ହଇରାଣ କରୁଥିବା ଅଭିଯୋଗ ହେବା ପରେ , ତାହା ଉପରେ ଖବର ବି ପ୍ରସାରଣ ହେଇଥିଲା I ଖବର ପ୍ରସାରଣ ପରେ ଅଧିକାରୀ ଚିହିଁକି ଉଠିଥିଲେ ଓ ଦେଖି ଦେବି ବୋଲି ଧମକ ବି ଦେଇଥିଲେ I ତେବେ ଖବର ପ୍ରସାରଣ ପରେ ଏହି ଅଧିକାରୀ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ହେଉଛନ୍ତି ବୋଧେ ନ ହେଲେ ଗତ ଶୁକ୍ରବାର କିଛି ନ ଦେଖି ନ ଜାଣି ଯେଉଁ ବିବାହକୁ ବାଲ୍ୟ ବିବାହ କହି ସେ ବିବାହକୁ ବନ୍ଦ କରିଥିଲେ ସେଥି ପାଇଁ କିଏ ଦାୟୀ ରହିବ ବୋଲି ବଡ ମାରଲା ଗ୍ରାମ ବାସୀ ପ୍ରଶ୍ନ କରିଛନ୍ତି। ଶୁକ୍ରବାର ଦିନ ସିମିଳିଗୁଡା ବ୍ଲକ ଅଧୀନରେ ଥିବା ଖୁଡି ପଞ୍ଚାୟତର ମାଳି ମାର୍ଲା ଗ୍ରାମରେ ଏକ ବାଲ୍ୟ ବିବାହର ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଏକ ଟିମ୍ କୁ ନେଇ ସେଠାରେ ପହଞ୍ଚିଥିଲେ ଓ ବିବାହ ବନ୍ଦ୍ କରିଥିଲେ ଏବଂ ମାଳି ମାରଲାର କିଛି ଲୋକଙ୍କ ପାଖରୁ ଖବର ପାଇ ଅନ୍ୟ ଏକ ଗ୍ରାମ ବଡ଼ ମାର୍ଲା ଯାଇ କୌଣସି କାଗଜ ପତ୍ର ଯାଞ୍ଚ ନ କରି ଏକ ସାବାଳିକାକୁ ଉଠାଇ ଆଣିଥିଲେ। ପରେ ସେ ସାବାଳିକାର ବାପା ଜନ୍ମ ପ୍ରମାଣ ପତ୍ର ଦେଖେଇବାରୁ ଆମର ଭୁଲ୍ ହେଇଛି କହି ସେହି ବାଳିକାକୁ ଶନିବାର ଦିନ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି। ଆମେ ଆଦିବାସୀ ବୋଲି ଅଧିକାରୀ ଧମକେଇ ଆମର ବିବାହକୁ ଅବୈଧ ଭାବେ ବନ୍ଦ କରିଥିଲେ I କୌଣସି ପ୍ରକାର ସଠିକ ଯାଞ୍ଚ ନକରି ବିବାହ ବନ୍ଦ କରିବା ଭଳି ଅପରାଧ ଜଣେ ପାଠପଢା ଅଧିକାରୀଙ୍କ ପାଇଁ କେତେ ଦୂରୁ ଯୁକ୍ତିଯୁକ୍ତ ବୋଲି ଝିଅର ବାପା ଜଗନ୍ନାଥ ମାଝୀ ଦୁଃଖର ସହ ପ୍ରକାଶ କରିବା ସହ ଅଧିକାରୀଙ୍କ ପାଇଁ ଆମକୁ ଯେଉଁ ମାନସିକ ଚାପ ଓ ଆମର ମାନହାନି ହେଇଛି ସେଥି ପାଇଁ ଦାୟୀ କରିଛନ୍ତି । ଏଠି ପ୍ରଶ୍ନ ଉଠିଛି ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ନିଜ ପଦବୀର ବାହା ବାଃ ନେବା ପାଇଁ ଏମିତି କରି ନାହାଁନ୍ତି ତ ! କେଉଁ ଆଇନ ବଳରେ ଏହି ଅଧିକାରୀ ମନମାନୀ ଚଳେଇଛନ୍ତି ଓ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି I ଫୋନ ଯୋଗେ ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଛନ୍ତି ମୁଁ ସେ ବିଷୟରେ ଅବଗତ ନଥିଲି ଏବଂ ଆଇ ସି ଡ଼ି ଏସ ସୁପରଭାଇଜର ଯାଇ ବିନା ଯାଞ୍ଚ କରି ଝିଅକୁ ଉଠେଇ ଆଣିଥିଲେ ଅପର ପକ୍ଷରେ ସୁପରଭାଇଜର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଶିଶୁ ସୁରକ୍ଷା ଅଧିକାରୀ କୁଆଡେ ତାଙ୍କୁ ବିବାହ ବନ୍ଦ କରିବାକୁ ନିର୍ଦ୍ଧେଶ ଦେବା ସହ ଯାଞ୍ଚ କରିବାକୁ ବି ସମୟ ଦେଇନଥିଲେ ଓ ସେ ଝିଅକୁ ଆଣିବା ପାଇଁ ବି ନିର୍ଦ୍ଧେଶ ଦେଇଥିଲେ I ତେବେ ଶିଶୁ ସୁରକ୍ଷା ଅଧିକାରୀ ସୁପରଭାଇଜରଙ୍କ ଉପରେ ଅଠା ବୋଳି ଏଠି କଣ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ତାହା ସନ୍ଦେହ ଘେରରେ I ବିବାହ ବନ୍ଦ କରିବା ଭଳି ଧାର୍ତ୍ତବ୍ୟ ଅପରାଧ କରିଛନ୍ତି ସେ ବୋଲି ଚର୍ଚ୍ଚା ହେଉଛି I ଏହିଭଳି ଦୁର୍ନିତୀଖୋର ଅଧିକାରୀଙ୍କୁ ଯଥା ଶୀଘ୍ର ଏହି ଜିଲ୍ଲାରୁ ବହିଷ୍କାର କରିବା ପାଇଁ ବୁଦ୍ଧିଜୀବିଙ୍କ ମହଲରେ ଦାବି ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ