ନାବାଳିକା ମୃତ୍ୟୁ ସାବତ ମା ସାଜିଲା ପିଶାଚୁଣି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ବାରହାଗାଡି ଗ୍ରାମର ସାବତ ମା ୧୧ ବର୍ଷର ଝିଅକୁ ତଣ୍ଟି ଚିପି ମାରି ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାରହାଗାଡି ଗ୍ରାମର କାହ୍ନୁ ଟୁଡୁର ପତ୍ନୀ ସୁମିତ୍ରା ଟୁଡୁ , ୧୧ ବର୍ଷୀୟ ଝିଅ ଯମୁନା କୁ ନେଇ ଟୁଡୁଙ୍କର ଛୋଟ ପରିବାର | ଯମୁନାର ସାବତ ମା ଯମୁନାକୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଉଥିଲା ଖାଇବାରେ ମଧ୍ୟ ହଇରାଣ କରୁଥିଲା । ବିଚରା ଗରିବ କାହ୍ନୁ ପରିବାର ପୋଷଣ ପାଇଁ ଭୁବନେଶ୍ୱରରେ କାମ କରୁଥିଲା । ସୋମବାର ଦିନ ଖରାବେଳେ ସାବତ ମା ଓ ଝିଅ ମଧ୍ୟରେ ଗଣ୍ଡଗୋଳ ହୋଇ ସାବତ ମା ସୁମିତ୍ରା ଯମୁନାର ତଣ୍ଟି ଚିପି ମାରି ଦେଇଥିଲା ଓ ଘରେ ଲୁଗା ଦେଇ ଟାଙ୍ଗି ଦେଇଥିଲା । ପରେ କାହ୍ନୁ ପାଖକୁ ଖବର ଦେଇଥିଲା ଝିଅ ଆତ୍ମହତ୍ୟା କରିଛି । ପରେ କାହ୍ନୁ ପହଞ୍ଚି ଜାଣିବାକୁ ପାଇଲା ତା’ର ସ୍ତ୍ରୀ ଯମୁନାକୁ ମାରି ଦେଇଛି । ଶେଷରେ କାହ୍ନୁ ତାଙ୍କ ସ୍ତ୍ରୀ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ସୁମିତ୍ରା କୁ ଅଟକ ରଖି ପଚାର ଉଚରା ଚଲାଇଛନ୍ତି ।