ନାବାଳିକା ଯୁକ୍ତ ଦୁଇ ଛାତ୍ରୀ ଅପହୃତ ମାମଲା ରୁଜୁ କଲା ପୁଲିସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗ୍ରାମାଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ରେ ପଢୁଥିବା ଜଣେ ଛାତ୍ରୀ ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ଛାତ୍ରୀ ଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୮୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ନିମନ୍ତେ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଶୁକ୍ରବାର ସକାଳେ ଛାତ୍ରୀ ଙ୍କ ମା ବାପା ଚାଷଜମିକୁ କାମ କରିବା ପାଇଁ ଯାଇଥିଲେ।ସନ୍ଧ୍ୟାରେ ଘରକୁ ଫେରିବାପରେ ଝିଅ ଘରେ ନଥିବା ଜାଣିଥିଲେ।ସମ୍ପର୍କୀୟ ଲୋକଙ୍କ ସହାୟତାରେ ଝିଅ ଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ନିକଟସ୍ଥ ଏକ ଗାଁ ର ୩ ଜଣ ଯୁବକ ବାଇକ ରେ ଆସି ତାଙ୍କ ଝିଅ ଙ୍କୁ ଅପହରଣ କରି ନେଇଥିବା ସେ ଜାଣିବା ପରେ ଥାନାରେ ଏତଲା ଦେଇଥିବା କହିଛନ୍ତି।ତଦନ୍ତକାରୀ ଅଧିକାରୀ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ କିମ୍ବା ଅଭିଯୁକ୍ତ ଙ୍କ ସନ୍ଧାନ ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ