ନାବାଳିକା ସାଇବର ଠକ ଗିରଫ , ବଡବଡିଆଙ୍କ ଫେକ୍ ଫେସବୁକ ଆଇଡି ଖୋଲି ଲୋକଙ୍କ ଠାରୁ ଆତ୍ମସାତ କରୁଥିଲା ଲକ୍ଷ।ଧିକ ଟଙ୍କା ଓ ସାମଗ୍ରୀ

ଛୋଟ ବୟସରୁ ସାଘାଂତିକ ବୁଦ୍ଧି , ସେହି ବୁଦ୍ଧୀକୁ ଯଦି ଭଲ କାର୍ଯ୍ୟରେ ଲଗାଇଥାନ୍ତା ତେବେ ଯୁବକ ଜଣକ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତା । ଆଉ ଯୁବକ ଜଣକ ସମାଜରେ ଜଶ ଅର୍ଜନ ଲାଭ କରିପାରିଥାନ୍ତା । କିନ୍ତୁ ସେହ÷ି ବୟସରେ ଘଟାଇଛି ସାଘାଂତିିକ ଅପରାଧର ଷଡଯନ୍ତ୍ର । ଫେସବୁକରେ ବଡ ବଡ ନେତା ଓ ମନ୍ତ୍ରୀ ମାନଙ୍କର ଫେକ ଏକାଉଣ୍ଟ ଖୋଲି ଲୋକମାନଙ୍କୁ ଠକୁଥିବା ନାବାଳିକାକୁ ଗିରଫ କରିଛି ପୋଲିସ । ସମ୍ବଲପୁରରେ ଦେଖିବାକୁ ମିଳିଛି ଏହି ଭଳି ଘଟଣା । ସୂଚାନ ଅନୁଯାୟୀ ନାବାଳିକା ଜଣକ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା , ସ୍ୱାସ୍ଥ ମନ୍ତ୍ରୀ ନବକିଶୋର ଦାସ , ବଲାଙ୍ଗିରି ବିଧାୟକ ନରସିଂହ ମିଶ୍ର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ଏହି ବଡବଡିଆଙ୍କ ନାମରେ ଫେସବୁକରେ ଫେକ୍ ଆକାଉଣ୍ଟ କରି ପ୍ରଥମେ ଚାର୍ଟିଂ ଏହା ପରେ ଆରମ୍ଭ କରୁଥିଲା ର‌୍ୟାଗିଂ । ସେହିପରି ସମ୍ବଲପୁର ଜିଲ୍ଲାପାଳଙ୍କ ମୋବାଇଲରେ କୈାଣସି ଫେସବୁକ ଆଇଡି ନଥିବାବେଳେ ତାଙ୍କ ନାଁରେ ମଧ୍ୟ ଫେକ୍ ଫେସବୁକ ଏକାଉଣ୍ଟବ୍ୟବହାର କରାଯାଉଥିଲା ।ସେହିପରି ରାଉରକେଲାର ଜଣେ ମୋବାଇଲ ବେପାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କ୍ାର ମୋବାଇଲ ଠକି ଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଜଣେ ବ୍ୟବସାୟୀ ନାମରେ ଫେସବୁକରେ ଫେକ ଏକାଉଣ୍ଟ କରି ଠକେଇ କରୁଥିବା ଜଣାପଡିବା ପରେ ବ୍ୟବସାୟୀ ଜଣକ ପୋଲିସର ଦ୍ୱାରସ୍ଥ େ ହାଇ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତରଫରୁ ଛାନଭିନ ଆରମ୍ଭ କରାଯାଇ ନାବାଳିକା ଜଣକୁ ଗିରଫ କରିଛି ସମ୍ବଲପୁର ପୋଲିସ । ନାବାଳିକା ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ