ନାମଫଳକରେ ତ୍ରୁଟିକୁ ନେଇ ଆଲୋଚନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ୧୪୭ଟି ବିଧାନସଭା ଆସନ ଥିବାବେଳେ ଜି.ଉଦୟଗିରି ଓ ଦାରିଙ୍ଗବାଡି ବିଧାନସଭା କ୍ଷେତ୍ରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜି.ଉଦୟଗିରି ବିଧାନସଭା କ୍ଷେତ୍ର ପୂର୍ବରୁ ଥିବାବେଳେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ଏବେ କନ୍ଧମାଳ ଜିଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ନେଇ ୨୦୨୩ ମେ ୩୦ ତାରିଖରେ ଏକ ଫଳକ ଲଗାଯାଇଛି, ଯେଉଁଥିରେ ଦାରିଙ୍ଗବାଡି ବିଧାୟକ ବୋଲି  ଉଲ୍ଲେଖ ରହିଛି। ଏହା ଲୋକଲୋଚନକୁ ଆସିବା ପରେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ନାନା ଆଲୋଚନା ହେଉଛି। କେହି କେହି ରାଜ୍ୟରେ କେବେଠାରୁ ୧୪୮ ବିଧାନସଭା କ୍ଷେତ୍ର ହେଲାଣି ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି। ବିଦ୍ୟାଳୟ ସ୍ଥାପନା ନାମଫଳକରେ ଏପରି ତ୍ରୁଟି କେମିତି ହେଲା ଏବଂ ବିଧାୟକ ବି କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ