ନାମମାତ୍ର ଚାଷୀଙ୍କୁ ମିଳୁନି କାଳିଆ ଯୋଜନାରେ ସହାୟତା

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ନାମମାତ୍ର ଚାଷୀ କାର୍ତ୍ତିକ ଘଡେଇଙ୍କୁ କାଳିଆ ଯୋଜନାରେ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । କାଳିଆ ଯୋଜନା ସାଇଡ୍‌ରେ ତାଙ୍କ ନାମ ବୃହତ୍ତମ ଚାଷୀ ଓ ସରକାରୀ ଚାକିରୀ ଥିବା ଉଲ୍ଲେଖ ରହିଛି । ନାମମାତ୍ର ଚାଷୀ ହିସାବରେ ତାଙ୍କର ମାତ୍ର ୫୦ ଡିସମିଲ୍ ଜମି ରହିଛି । ଦାୟୀତ୍ୱରେ ଥିବା ଅଧିକାରୀଙ୍କ ଭୁଲତୃଟି ଯୋଗୁ ସେ କାଳିଆ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ସରକାରୀ ସ୍ତରରେ ତାଙ୍କ ସମସ୍ୟାକୁ ସମାଧାନ କରାନଯାଏ ତେବେ ସେ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି କହିଛନ୍ତି । ସେହିପରି ବହୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ