ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସ : ନାମାଙ୍କନ ପତ୍ର ଦାଖଲ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଆଜି ଥିଲା ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ । ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି କାର୍ଯ୍ୟାଳୟ ଠାରେ ଶାସକ ବିଜେଡି, ବିରୋଧି କଂଗ୍ରେସ, ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କ ଆଶାତୀତ ଭିଡ ପରିଲିକ୍ଷିତ ହୋଇଥିଲା । ଅନ୍ତିମ ଦିବସରେ ଶାସକ ବିଜେଡି ଦଳ ପକ୍ଷରୁ ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ସାମାଜିକ କର୍ମୀ ସଂଯୁକ୍ତା ତ୍ରିପାଠୀ, ବିଜେପିରୁ ଚନ୍ଦିକ୍ରା ରାଉତରାୟ, କଂଗ୍ରେସରୁ ରୂପାଲିନୀ ସ୍ୱାଇଁ, ସ୍ୱାଧୀନ ଭାବେ ଟୁନିଲତା ନାୟକ, ସରିତା ଧଳ, ସାଗରିକା ସ୍ୱାଇଁ ଓ ଆଶା ଲତା ରାଉତରାୟ ପୌରାଧ୍ୟକ୍ଷା ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋଣାର୍କ ଏନଏସି ଅନ୍ତର୍ଗତ ୧୩ ଓ୍ବାର୍ଡରୁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସରେ ୪୬ କାଉନସିଲର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଏନଏସି ନିର୍ବାଚନ ଅଧିକାରୀ ଏସକେ ସାଗିର ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପିର ଦୀର୍ଘଦିନ ଧରି କାର୍ଯ୍ୟରତ ଥିବା ନାରୀ ସଂଗଠିକା ଆଶାଲତା ରାଉତରାୟଙ୍କୁ ଦଳୀୟ ପ୍ରାର୍ଥୀ କରାନଯିବାରେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ପୌରାଧ୍ୟକ୍ଷା ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦୀର୍ଘଦିନର ଅଭିଜ୍ଞତା ଓ ନିଃସ୍ୱାର୍ଥପର ଦଳୀୟ କାର୍ଯ୍ୟକ୍ରମକୁ ପାଥେୟ କରି ପୌର ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଆଶାଲତା ପ୍ରକାଶ କରିଛନ୍ତି । କୋଣାର୍କ ଏନଏସିରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଦଳର ଅଧ୍ୟକ୍ଷା ପ୍ରାର୍ଥୀ ମାନଙ୍କ ନିମନ୍ତେ ନିଜ ଦଳର ସ୍ୱାଧୀନ ପ୍ରାର୍ଥୀ ପ୍ରତିବନ୍ଧକ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।