ନାମାଙ୍କନପତ୍ର ଦାଖଲର ୪ର୍ଥ ଦିନ : ଅନେକ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରୀୟା ଶେଷ ହେବାକୁ ଆଉ ଗୋଟିଏ ଦିନ ବାକିଥିବାବେଳେ ଆଜି ଅଧିକାଶଂ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିନରେ ବ୍ଲକର ମୋଟ ୭୮ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଦ୍ୱିତୀୟ ଦିନରେ ୯୪ଜଣ ଓ ତୃତୀୟ ଦିନରେ୨୮୪ଜଣ ଓ ଆଜି ୨୬୮ଜଣ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏଥିପାଇଁ ଆଜି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଟି ଲୋକାରଣ୍ୟ ହୋଇ ଉଠିଥିଲା । ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ କେବଳ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଏବଂ ପ୍ରସ୍ତାବକ ମାନଙ୍କୁ ମାକ୍ସ ପରିଧାନ କରାଇ ଭିତରକୁ ଛଡାଯାଉଥିଲା । ଆଜି ବିଭିନ୍ନ ୱାର୍ଡରେ ୧୯୪ଜଣ ୱାର୍ଡସଭ୍ୟସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୩୯ଜଣ ସରପଞ୍ଚ ଓ ୩୫ଜଣ ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଇତିପୁର ପଞ୍ଚାୟତରେ ସରପଞ୍ଚ ପାଇଁ ୪ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଅଁରାରେ ସରପଞ୍ଚ ପଦବୀ ପାଇଁ ୩ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଅକରୁଆ ପଞ୍ଚାୟତ ପଞ୍ଚାୟତରେ ୨ଜଣ, ବଡରମ୍ପାସରେ ୪ଜଣ, ବାଲିବରେଇରେ ୨ଜଣ, ଡଅଁରରେ ୨ଜଣ, ଢ଼େଙ୍କାରେ ଜଣେ, ଗେଡମାରେ ୩ଜଣ, ହାବଳେଶ୍ୱରରେ ଜଣେ, ହଦଗଡରେ ଜଣେ, ହାଟଡିହିରେ ୨ଜଣ, ଜମ୍ଭୀରାରେ ୨ଜଣ, ମରୈଗାଁରେ ଜଣେ, କେ ବାଲିପାଳରେ ୨ଜଣ, ଓରାଳିରେ ୨ଜଣ, ପନ୍ଦାଡୋରେ ୨ଜଣ, ସଢ଼ାରେ ଜଣେ, ଶାସଙ୍ଗରେ ଜଣେ ଓ ସୋସୋରେ ୩ଜଣ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବ୍ଲକ ପକ୍ଷରୁ ସୁଚନା ଦିଆଯାଇଛି । ଜମ୍ଭୀରା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ବିଜେଡି ସମଥିତ ପ୍ରାର୍ଥୀ ପ୍ରଭାତ ରାଉତ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଭିନ୍ନ ଗ୍ରାମ ପରିକ୍ରମା କରି ଦେବାଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରିବାପରେ ଜମ୍ଭୀରା ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ପଞ୍ଚାୟତ ବିଜେଡି ସଭାପତି ଚଣ୍ଡୀ ପ୍ରସାଦ ରାଉତ, ସୁଧାଶୁଂ ଭୂଷଣ ମଲ୍ଲିକ, ସ୍ୟଞ୍ଜୟ ରାଉତ, ଉପେନ୍ଦ୍ର ଆଇଚ, ରବିନ୍ଦ୍ର ମଲ୍ଲିକ, ପାଣ୍ଡବ ଚରଣ ମହାଳିକ, ସୁଦାମ ଜେନା, ଅନ୍ତର୍ଯ୍ୟାମୀ ଜେନା, ମୁକନ୍ଦ ଚନ୍ଦ୍ର ବଳ, ଅଶୋକ କୁମାର ମଲ୍ଲିକ, ଜଗନ୍ନାଥ ଜେନା, ବିଜୟ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ବ୍ରହ୍ମାନନ୍ଦ ଜେନା ତାଙ୍କର ଶତାଧିକ ସମର୍ଥକ ଓ ପ୍ରସ୍ତାବକଙ୍କ ସହିତ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ବଡରମ୍ପାସ ପଞ୍ଚାୟତରେ ବିଜେଡି ସମଥିତ ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନା ନାମାଙ୍କନପତ୍ର ଦାଖଲ କରିଛନ୍ତି ।