ନାମାଙ୍କନ ଦାଖଲ କଲେ ଜୟପ୍ରଦା
ଉତ୍ତର ପ୍ରଦେଶର ରାମପୁର ନିର୍ବାଚନୀ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଜୟାପ୍ରଦା ବୁଧବାର ଲୋକସଭ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଯେଉଁଠାରେ ମୁଁ କାମ କରିବାକୁ ଚାହୁଁଛି ସେଠାରୁ ମୋତେ ପ୍ରାର୍ଥୀ କରାଯାଇଛି । ଏହା ମୋ ପାଇଁ ଆଜି ଥିବା ମୋ ଜନ୍ମ ଦିନର ସବୁଠାରୁ ବଡ ଉପହାର । ରାମପୁରରେ ଜୟା ପ୍ରଦାଙ୍କ ବିରୋଧରେ ଏସପିର ବରିଷ୍ଠ ନେତା ଆଜମ ଖାନ ନିର୍ବାଚନ ଲଢୁଛନ୍ତି ।
ଏହା ପୂର୍ବରୁ ମଧ୍ୟ ବିଜେପି ଟିକେଟର ଜୟାପ୍ରଦା ୧୯୯୪ ମସିହାରେ ରାମପୁରରୁ ନିର୍ବାଚନ ରଣକୁ ଓହ୍ଲାଇଥିଲେ । ସେ ଟିଡିପିରୁ ନିଜର ରାଜନୈତିକ ଜୀବନି ଆରମ୍ଭ କରିଥିଲେ । ଚନ୍ଦ୍ରବାବୁ ନାଇଡୁ ଜୟାପ୍ରଦାକୁ ପ୍ରଥମେ ରାଜ୍ୟ ସଭାକୁ ପଠାଇଥିଲେ । ପରେ ସେଠାରୁ ସେ ଏସପିରେ ସାମିଲ ହୋଇଥିଲେ ।
ଆଜମ ଖାନ ହିଁ ୨୦୦୪ ମସିହାରେ ଜୟାପ୍ରଦାଙ୍କୁ ଏସପି ଟିକେଟରୁ ରାମପୁରରୁ ନିର୍ବାଚନୀ ମୈଜାନକୁ ଓହ୍ଲାଇଥିଲେ । ଆଜନ ଖାନ ଜୟାପ୍ରଦାଙ୍କ ପାଇଁ ପ୍ରଚାର କରିଥିଲେ ଏବଂ ଜୟାପ୍ରଦା ବିଜୟୀ ହୋଇଥିଲେ । କିନ୍ତୁ ଏସପିର ରାଜନୀତିରେ ଅମର ସିଂହଙ୍କ ପ୍ରଭାବ ବଢିବା ଜୟାପ୍ରଦା ଏବଂ ଆଜମ ଖାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ।
ଆଜମ ଖାନ ଏବଂ ଅମର ସିଂହ ଦୁହେଁ ଦୁହିଁଙ୍କ ବିରୋଧୀ, ଏପରି ସ୍ଥିତିରେ ଜୟାପ୍ରଦା ଅମର ସିଂହଙ୍କ ସହ ଠିଆ ହେଲେ । ୨୦୦୯ରେ ଆଜମ ଖାନ ଜୟାପ୍ରଦାଙ୍କୁ ଯେପରି ଟିକେଟ ନମିଳିବ ସେଥିପାଇଁ ଅନେଶ ବଳ କସିଥିଲେ, କିନ୍ତୁ ଅମର ସିଂହ ମୁଲାୟମ ସିଂହ ୟାଦବଙ୍କ ଠାରୁ ଜୟାପ୍ରଦାଙ୍କୁ ଟିକେଟ ଦେଇ ଆଜମ ଖାନଙ୍କ ଝଟକା ଦେଇଥିଲେ । ଆଜମ ଖାନ ଜୟାପ୍ରଦାଙ୍କୁ ବିରୋଧ କରିବା ଫଳରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଜୟା ରାମପୁରରୁ ପୁଣି ସାଂସଦ ହୋଇଥିଲେ । ପରେ ଅମର ସିଂହ ଏସପି ଛାଡିଥିଲେ ତାଙ୍କ ସହ ଜୟାପ୍ରଦା ମଧ୍ୟ ଏସପି ଛାଡିଥିଲେ ।


