ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ରେ ବ୍ଲକରେ ୧୮୭ ଜଣ ପାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସୋମବାର ଠାରୁ ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଅନ୍ତିମ ଦିନରେ ଛତ୍ରପୁର ବ୍ଲକର ୧୮ଟି ଗ୍ରାମ ପଂଚାୟତର ବିଭିନ୍ନ ପଦ ପଦବୀ ନିମନ୍ତେ ୧୮୭ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୩୧ ଜଣ ସରପଞ୍ଚ ପ୍ରାର୍ଥୀ ଓ ୧୨୩ ଜଣ ୱାର୍ଡ ମେମ୍ବର ପାର୍ଥୀ ନିଜ ନିଜ ପଂଚାୟତର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତିସଭ୍ୟ ପଦବୀ ନିମନ୍ତେ ୩୩ ଜଣ ପାର୍ଥୀ ପତ୍ର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ଦାଖଲ କରିଛନ୍ତି । ବ୍ଲକ ଅନବ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଂଚାୟତର ସମିତିସଭ୍ୟ ନିମନ୍ତେ କଣମଣା ପଂଚାୟତର ସରପଂଚ ଏସ୍. ଚକ୍ରପାଣି ରେଡ୍ଡି ଆଜି ଶେଷ ଦିନରେ ନିଜ ନାମାଙ୍କନ ପତ୍ର ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ବିଡିଓ ଶ୍ରୀ ପଣ୍ଡାଙ୍କ ନିକଟରେ ଦାଖଲ କରିଛନ୍ତି । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତର ବିଭିନ୍ନ ପଦପଦବୀ ନିମନ୍ତେ ମୋଟ ୬୧୬ ଜଣ ପାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୪୫୭ ଜଣ ୱାର୍ଡ ମେମ୍ବର ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮୫ ଜଣ ସରପଂଚ ଓ ୭୪ ଜଣ ସମିତିସଭ୍ୟ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ କାର୍ଯ୍ୟାଳୟରୁ ସୂଚନା ମିଳିଛି ।