ନାମାଙ୍କନ ପତ୍ର ଦାଖଲ କଲେ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର, (ଅନିଲ କୁମାର):ଗୋପାଳପୁର ବିଧାନସଭା ଆସନ ପାଇଁ ଗୁରୁବାର ଦିନ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କୁମାର ପଣ୍ଡା, ଚଳିତ ବର୍ଷ ସାଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପଦବୀ ପାଇଁ ବିଜେଡି ତରଫରୁ ବିଧାୟକ ପ୍ରାର୍ଥ ଭାବେ ଦଳ ପକ୍ଷରୁ ମନନୀତ ଜିବା ପରଠାରୁ ଆନନ୍ଦ ଓ ଉଲ୍ହlସ ଖେଳି ଯାଇଥିଲା ସାଧାରଣ ଜନତାଙ୍କ ମଧ୍ୟରେ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆନ୍ତଗତ ସମସ୍ତ ଜନ ସାଧାରଣ ବିକ୍ରମ ପଣ୍ଡାଙ୍କ ଉପରେ ବହୁତ ଆଶା ଓ ବିଶ୍ୱାସ କରିଛନ୍ତି, ବିକ୍ରମ ପଣ୍ଡା ଜଣେ ମେଳାପି, ପରୋପକାରୀ, ଉଦାର ମାନବିକତା, କର୍ମଠ, ପରିଶ୍ରମୀ ବ୍ୟକ୍ତିତ୍ଵ ଅଟନ୍ତି ତାଙ୍କ ଦ୍ଵାରା ବ୍ରହ୍ମପୁରରେ ଯେପରି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ହୋଇ ପାରିଛି ସେହି ପରି ଗୋପାଳପୁର ବିଧାନସଭା କ୍ଷେତ୍ରର ମଧ୍ୟ ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ଆସା ବାନ୍ଧିଛନ୍ତି ସାଧାରଣ ଜନତା, ଗୁରୁବାର ସକାଳୁ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ପୁରୁଷ ଓ ମହିଳାଙ୍କ ଗହଣରେ ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀଶ୍ରୀଶ୍ରୀ ବାବା ଧବଳେଶ୍ଵରଙ୍କ ମନ୍ଦିର ଠାରେ ପ୍ରଥମେ ପୂଜା ଅର୍ଚ୍ଚନା କରି ବାବାଙ୍କ ଅଶ୍ରିପାଦ ନେଇ ଶାନ୍ତି ଶୃଙ୍ଖଳାର ସହ ବିରାଟ ପଟୁଆରରେ ଆସି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଏହି ଅବସରରେ ଜିଲ୍ଲାର ବିଜେଡି ଦଳର ବହୁ ପଦାଧିକାରୀ, ଦଳୀୟ କର୍ମୀ, ଛାମୁଆ ସଙ୍ଘଠନର ନେତା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଜିଲ୍ଲା ପରିଷଦ ସଭ୍ୟ, ଆଇନ ଯିବି, ପୂର୍ବ ତନ ବିଧାୟକ, ସାଂସଦଙ୍କ ସମେତ ମହିଳା ଓ ପୁରୁଷ ମିଶି ପ୍ରାୟ ପନ୍ଦର ହଜାରେରୁ ଉର୍ଦ୍ଧ ଜନ ସାଧାରଣ ଶୋଭା ଯାତ୍ରାରେ ଆସିଥିଲେ, ସମସ୍ତଙ୍କ ଗହଣରେ ଆସି ପାର୍ଥି ପତ୍ର ଦାଖଲ କରିଥିଲେ ବିକ୍ରମ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ