ନାମାଙ୍କନ ପତ୍ର ଦାଖଲ କଲେ ବିକ୍ରମ କେଶରୀ ଆରୁଖ
ଭଞ୍ଜନଗର, (ସନ୍ତୋଷ ଜେନା):ଭି.କାର୍ତ୍ତିକ ପାଣ୍ଡିଆନ ଭଞ୍ଜନଗର ଗସ୍ତ କରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତରଫରୁ ସପ୍ତମ ଥର ପ୍ରାର୍ଥି ହୋଇଥିବା ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥି ଡ.ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇବା ପରେ ଜେଲ୍ ପଡିଆ ଠାରେ ହୋଇଥିବା ସଭାସ୍ଥଳକୁ ଆସିଥିଲେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କ ସହ ହାତ ମିଶାଇବା ସହ ବିପୁଳ ବ୍ୟବଧାନରେ ବିଜେଡି ପ୍ରାର୍ଥି ମାନଙ୍କୁ ବିଜୟ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ`ମିଶନ ଶକ୍ତି ଠାରୁ ଆରମ୍ଭ କରି କାଳିଆ ଯୋଜନା,ମଧୁବାବୁ ଭତ୍ତା ଯୋଜନା,ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା,ଲକ୍ଷ୍ମୀ ଯୋଜନାରେ ତୃଣମୂଳ ସ୍ତରରେ ସମସ୍ତ ଲୋକ କିଭଳି ଲାଭବାନ ହୋଇ ପାରୁଛନ୍ତି ସେ ସଂର୍ପକରେ ଆରୁଖ କହିଥିବା ସହ ରାଜ୍ୟରେ ନବୀନ ଲହର ଖେଳି ଯାଇଥିବା ପ୍ରକାଶ କରିଥିଲେ। ଜନହିତକାରୀ ଯୋଜନାକୁ ବନ୍ଦ କରିବାକୁ ଯୋଜନା କରୁଥିବା କେନ୍ଦ୍ର ସରକାରକୁ ଉଚିତ ଦେବାକୁ ସେ କହିଥିଲେ।ପ୍ରବାଦ ପୁରୁଷ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଞ୍ଜନଗର ଉପଖଣ୍ଡରେ ପୈିତୃକ ମାଟି ହୋଇଥିବାରୁ ଏଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ତେଣୁ ଶ୍ରୀ ଆରୁଖ ଯାହା ବିକାଶମୁଖୀ କାର୍ଯ୍ୟ କରିବାକୁ ଦାବି ରଖିଛନ୍ତି ତାକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ।ଆସନ୍ତା ମେ ୨୦ ତାରିଖ ଦିନ ବିକାଶକୁ ବିରୋଧ କରିବା ସହ ମିଛ ଓ ଅପପ୍ରଚାର କରୁଥିବା ବିରୋଧୀ ମାନଙ୍କୁ ଉଚିତ ଜବାବ ଦେବାକୁ ଶ୍ରୀ ପାଣ୍ଡିଆନ୍ କହିଥିଲେ। ଏହାପରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ରାଜ୍ୟ ମନ୍ତ୍ରୀ ପରିଷଦରେ ବରିଷ୍ଠ ମନ୍ତ୍ରୀ ପଦବୀରେ ରହି ଅଞ୍ଚଳରେ ହୋଇଥିବା ବିକାଶର ମୁଦ୍ଦାକୁ ନେଇ ଆଜି ସପ୍ତମ ଥର ପାଇଁ ପୁଣି ବିଜେଡି ଦଳରୁ ପାର୍ଥୀପତ୍ର ଦାଖଲ କରିଛନ୍ତି। ଆୟୋଜିତ ଶୋଭାଯାତ୍ରାରେ କନ୍ଧମାଳ ସାଂସଦ ପ୍ରାର୍ଥି ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିଥିବା ବେଳେ ନିଜର ଶତାଧିକ ସମର୍ଥକ ଓ ବିଜେଡି କର୍ମୀଙ୍କ ସହ ପୁରୁଣା ଫାୟାର ଷ୍ଟେସନ୍ ଛକ ଠାରୁ ବିଶାଳ ରାଲିରେ ଭଞ୍ଜନଗର ମୁଖ୍ୟ ସଡକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ |


