ନାମାଙ୍କନ ପତ୍ର ଦାଖଲ କଲେ ସରପଞ୍ଚ ପ୍ରାର୍ଥିନୀ ଜୟନ୍ତୀ ପଣ୍ଡା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଭାବରେ ଜୟନ୍ତୀ ପଣ୍ଡା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ପଣ୍ଡା ଛୟାଳସିଂ ପଞ୍ଚାୟତର ସମାଜସେବୀ ଗଣେଶ ପ୍ରସାଦ ପଣ୍ଡାଙ୍କର ପୁତ୍ର ବଧୁ ଅଟନ୍ତି । ପ୍ରାରମ୍ଭରେ ଗ୍ରାମ ଦେବୀ ମା’ସିଂହବାହିନୀ, ମା’ ବାଶୁଳୀ ଓ ଶନିଦେବଙ୍କ କୃପାଲାଭ କରି ଶତାଧିକ କର୍ମୀ ସହିତ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିସହିତ ଉକ୍ତ ପଞ୍ଚାୟତର ୫ନଂ.ୱାର୍ଡରୁ ୱାର୍ଡ ସଭ୍ୟା ମିନାକ୍ଷୀ ରଣା, ୬ନଂ.ୱାର୍ଡରୁ ଅମ୍ୟାଶୁଂ ଦିପାଞ୍ଜନ ଗିରି, ୭ନଂ.ୱାର୍ଡରୁ ସନ୍ତୋଷ ଓଝା, ୭ନଂ.ୱାର୍ଡରୁ କମଳା ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।