ନାମାଙ୍କନ ପର୍ବ ଶେଷ  ନେତା ଏବେ ଗାଁମୁହାଁ

ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍‍):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ୬୩ ନଂ ବିଧାନସଭା ପାଇଁ ଗୁରୁବାର ଶେଷ ଦିବସରେ ୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ହୃଷିକେଶ ଲୁହା ତାଙ୍କ ସମର୍ଥକଙ୍କ ଗହଣରେ ଆସି ୨ ସେଟ୍‍ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ଶରତ ଚନ୍ଦ୍ର ମହାପାତ୍ର ଆସି ଆଠମଲ୍ଲିକ ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଏଙ୍କୁ ନିଜର ଗୋଟିଏ ସେଟ୍‍ ନାମାଙ୍କନପତ୍ର ଦାଖଲ କରିଥିଲେ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ଦିନ ଥିବାବେଳେ ସମୁଦାୟ ୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ