ନାମାଙ୍କନ ପୂର୍ବରୁ ନମୋଙ୍କ କାଶୀରେ ଶକ୍ତି ପ୍ରଦର୍ଶନ

ଆସନ୍ତାକାଲି : ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନ ଲାଗି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଏହି ଆସନରୁ ନିର୍ବାଚନ ଲଢିବେ । ତା ପୂର୍ବରୁ ଆଜି ଏକ ବାରାଣସୀରେ ବିରାଟ ରାଲି କରି ଶକ୍ତି ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମିଲ ହେବେ ହେବିୱେଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବିରାଟ ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଏନଡିଏର ଅଂଶୀଦାର ଦଳର ସୁପ୍ରିମୋମାନେ ମଧ୍ୟ ସାମିଲ ହେବେ । ବିଜେପି ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏରହି ରାଲିରେ ସାମିଲ ହେବାର ରହିଥିବା ବିଜେପି ସୂତ୍ରରୁ ସୂଚନା ମିଳିଛି । ଗଙ୍ଗାପୂଜନ କରିବେ ପ୍ରଧାନମନ୍ତ୍ରୀ, ଏହି ରାଲି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ବାହାରି ଦଶସ୍ୱାମେଧ ଘାଟ ଯାଏ ଯିବ । ମନ୍ଦୀର ନଗରୀ ବାରାଣସୀ(କାଶୀ)ର ଦଶସ୍ୱାମେଧ ଘାଟରେ ଗଙ୍ଗା ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କେତେକ ସ୍ଥାନରେ ଡ୍ରୋନ୍ ବ୍ୟବହାର କରାଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା । ଫୋକସରେ 19 ନିର୍ବାଚନ, 2014 ନିର୍ବାଚନରେ ଏହି ଲୋକସଭା ଆସନରୁ ନିର୍ବାଚନ ଜିଣି ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ଆଉ ଏଥର ବି ଏହି ଆସନରୁ ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ଲୋକସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚଟି ବିଧାନସଭା କ୍ଷେତ୍ର ହେଉଛି ଶୀବପୁରୀ, ରୋହଣିୟା, ବାରାଣସୀ କ୍ୟାଣ୍ଟ, ବାରାଣସୀ ସାଉଥ, ବାରାଣସୀ ନର୍ଥ । ଏହି ସଂସଦୀୟ କ୍ଷେତ୍ରରେ ମୋଟ ପୁରୁଷ ଭୋଟରଙ୍କ ସଂଖ୍ୟା 9ଲକ୍ଷ 86 ହଜାର 224 ଏବଂ ମହିଳା ଭୋଟର ସଂଖ୍ୟା ହେଉଛି 7ଲକ୍ଷ 81 ହଜାର 262 । ଗତ ନିର୍ବାଚନରେ ବିଜେପିକୁ 5ଲକ୍ଷ 81 ହଜାର 22ଖଣ୍ଡ ଭୋଟ୍ ମିଳିଥିଲା । ମୋଦିଙ୍କ ବିରୋଧରେ ଏଠାରୁ ନିର୍ବାଚନ ଲଢ଼ିଥିବା ଆପ୍ ନେତା ଅରବିନ୍ଦ କେଜରୀୱାଲଙ୍କୁ 2ଲକ୍ଷ 92 ହଜାର 38 ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସର ଅଜୟ ରାଜ ଏବଂ ବହୁଜନ ସମାଜ ପାର୍ଟିର ବିଜୟ ପ୍ରକାଶ ଜୈସୱାଲଙ୍କୁ ଯଥାକ୍ରମେ 75ହଜାର 614, 6 ହଜାର 579 ଖଣ୍ଡ ଭୋଟ ମିଳିଥିଲା । 5ଟି ବିଧାନସଭା କ୍ଷେତ୍ରରୁ ତିନିଟିରେ ବିଜେପି ପ୍ରାର୍ଥୀ ନିର୍ବାଚନ ଜିଣିଥିବା ବେଳେ ସହଯୋଗୀ ଆପନା ଦଳ ଗୋଟିଏ ଆସନ ହାସଲ କରିଥିଲା । ଶିବପୁରୀରୁ ସମାଜବାଦୀ ପାର୍ଟି ନିର୍ବାଚନ ଜିଣିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ