ନାମାଙ୍କନ ଭରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଛି ସମୟ ପରେ ପ୍ରିୟଙ୍କା ଗାନ୍ଧୀ ଏଠାରେ ରୋଡ ଶୋ କରିବେ । ଏହାକୁ ନେଇ କଂଗ୍ରେସର କାର୍ୟ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ରାହୁଲ ନିଜ ଭଉଣୀ ଏବଂ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେଠାରେ ପହଂଚିଛନ୍ତି । ଏହା ପୂର୍ବରୁ ଦୁଇ ଭାଇ ଭଉଣୀ ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରୋଡ ଶୋ କରୁଥିଲେ ।ରାହୁଲ ନିଜର ପରମ୍ପରାଗତ ଆସନ ଅମେଠି ବ୍ୟତୀତ କେରଳର ୱାୟନାଡରେ ନିର୍ବାଚନ ଲଢିବେ ବୋଲି ରବିବାର ଦିନ ଘୋଷଣା କରାଯାଇଥିଲା । ସିପିଆଇ ପ୍ରାର୍ଥୀ ପିପି ସୁନୀର ଏବଂ ଏନଡିଏ ପ୍ରାର୍ଥୀ ତୁଷାର ବେଲ୍ଲାପଲ୍ଲୀଙ୍କ ସହ ତାଙ୍କର ଟକ୍କର ହେବ । ୱାୟନାଡକୁ କଂଗ୍ରେସର ଗଡ କୁହାଯାଏ ।