ନାମାଙ୍କନ ଭରିଲେ ବିଜେପି ର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା
ବାଜି ସାରିଛି ନିର୍ବାଚନୀ ବିଗୁଲ । ମଇଦାନରେ ବିଭିନ୍ନ ଦଳର ତୁଙ୍ଗ ନେତା । ୪ଟି ପର୍ୟ୍ୟାୟରେ ଓଡିଶାରେ ହେବାକୁ ନିର୍ବାଚନ ପାଇଁ ଚତୁର୍ଥ ପର୍ୟ୍ୟାୟ ନାମାଙ୍କନ ଭରିବା ପ୍ରାକ୍ରିୟା ଜାରି ରହିଛି । ଆଜି ବିଭିନ୍ନ ଦଳର ହେଭିୱେଟ୍ ନେତା ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ।
କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ସେ ଏକ ବିଶାଳ ଶୋଭାଯାତ୍ରାରେ ତିନିମୁହାଣି ଛକରୁ ଆସି ଜିଲ୍ଲାପାଳ ଅଫିସରେ ପହଁଚିବେ । ସେହିପରି ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ ।ଜଗତସିଂପୁର ଜିଲ୍ଲାରେ ମଧ୍ୟ ବିରିଷ୍ଠ ବିଜେପି ନେତା ଦାମ ରାଉତ ନିଜର ପ୍ରାର୍ଥୀପତ୍ର ଭରିବେ ।
ଅନ୍ୟପକ୍ଷରେ ଭଣ୍ଡାରୀପୋଖରୀ ଆସନ ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ତାଙ୍କ ସହ ରାଜନଗର ଏବଂ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଧରଣୀଧର ନାୟକ ମଧ୍ୟ ନିଜନିଜର ପ୍ରାର୍ଥୀପତ୍ର ଭରିବେ । ଏତତ୍ ବ୍ୟତୀତ ବିଜେଡି ନେତା ପ୍ରତାପ କେଶରୀ ଦେବ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ୟ୍ୟକ୍ରମ ରହିଛି


