ନାମ ମହୌଷଧି

ସକାଳ ହୋଇଲେ
ତୁମ ନାମ ତୁଣ୍ଡେ
ମୋ ମୁଖ ଅମୃତ ହେବ,
ତୁମ ନାମ ଜପି
ତରିଛନ୍ତି କପି
ନୁହେଁ କି ଅମୃତ ଭାବ ।

ତୁମରି ନାମରେ
ଭରି ରହି ଅଛି
ସାରା ସଂସାର ପିୟୁଷ,
ଯିଏ ସେ ପିଇଛି
ସିଏ ହିଁ ତରିଛି
ହରିଛି ବିଷୟା ବିଷ ।

ଓଷଦ କି ହେବ
ତୁମ ନାମ ପାନେ
ସର୍ବବ୍ଯାଧି ଦୂରହେବ,
ସର୍ବ ମହୌଷଧି
ଉର୍ଦ୍ଧେ ତୁମ୍ଭ ନାମ
ଯିଏ ସେ ଜାଣେ ସେ ଭାବ ।

ବିଧି ବିଧାନରେ
ସ୍ମରଣ ବନ୍ଦନ
ପୂଜନ ଅର୍ଚ୍ଚନ କରି,
ଜପ ତପ ସାରି
ସେବନ କରିବ
ସର୍ବବ୍ୟାଧି ଯିବ ହାରି ।

ବିଶ୍ବାସ ହିଁ ମୂଳ
ଅବିଶ୍ବାସ କାଳ
ନିଶ୍ବାସ ଯେ ଯାଏ ଅଛି,
ଅବିଶ୍ବାସ କଲେ
ଅମୃତ କି ବିଷ
ନିଜେ ବାଛ ଯାହା କିଛି ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ