ନାରଙ୍ଗୀ ବରଫ

ବରଫର ରଙ୍ଗ ଧଳା । କିନ୍ତୁ ବର୍ତ୍ତମାନ ପୂର୍ବ ୟୁରୋପରେ ନାରଙ୍ଗୀ ରଙ୍ଗର ବରଫ ପଡୁଥିବା ଦେଖିବାକୁ ମିଳୁଛି । ଯାହା ପୁରା ୟୁରୋପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ୍ ମିଡିଆରେ ଏହି ବରଫର ଫଟୋ ଭାଇରାଲ୍ ହେବାରେ ଲାଗିଛି । ହେଲେ କେଉଁ କାରଣ ପାଇଁ ଏଭଳି ବରଫପାତ ହେଉଛି ତାହା ସଠିକ୍ ଭାବେ ଜଣାପଡୁନାହିଁ । ସାହାରା ମରୁଭୂମିରେ ହେଉଥିବା ବାଲିଝଡ କାରଣରୁ ଏପରି ହୋଇଥାଇପାରେ ବୋଲି ପାଣିପାଗ ବିଷେଶଜ୍ଞମାନେ ଅନୁମାନ କରିଛନ୍ତି । ସାଧାରଣତଃ ନାରଙ୍ଗୀ ବରଫ ୫ବର୍ଷରେ ଥରେ ଦେଖିବାକୁ ମିଳେ । ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ସମସ୍ତ ଫଟୋ ଦେଖିବାକୁ ବହୁତ୍ ସୁନ୍ଦର ହୋଇଥିବା ବେଳେ ବହୁ ମାତ୍ରାରେ ଫଟୋଗୁଡିକୁ ଲାଇକ୍ ଓ ସେୟାର କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ