ନାରାୟଣପୁର ଠାରେ ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କରିବା ଦାବିରେ ବିଶାଳ ରାଲି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ତହସିଲ୍ ଅଧିନସ୍ଥ ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନାରାୟଣପୁର ଠାରେ ଆର ଆଇ ଅଫିସ୍ କରିବା ଦାବିରେ ଆଜି ଲାଞ୍ଜିପଦର୍ ଛକ ଠାରୁ ଦୁଇ ପଞ୍ଚାୟତର ପ୍ରାୟ ୧୦୦୦ରୁ ଉର୍ଦ୍ଧ ଅଞ୍ଚଳ ବାସୀ ଏକ ବିଶାଳ ରାଲୀ ରେ ବାହାରି ରାୟଗଡ ତହସିଲଦାର ଅଫିସରେ ପହଞ୍ଚି ଦାବୀ ପତ୍ର ଗଜପତି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଓ ଙ୍କୁ ପ୍ରଦାନ କରିଛନ୍ତି।ଦାବୀ ପତ୍ର ଗ୍ରହଣ ସମୟରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଜୀ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଉକ୍ତ ଦୁଇ ପଞ୍ଚାୟତ ରାୟଗଡ଼ ଆର୍ ଆଇ ଅଧିନରେ ରହିଥିଲା ଏହାକୁ ବର୍ତ୍ତମାନ ଗଣ୍ଡାହାତି ଆର୍ ଆଇ ଅଧିନକୁ ବଦଳା ଯାଇଛି। ଗଣ୍ଡାହାତି ଆରଆଇ ଅଧିନରେ ଉକ୍ତ ଅଞ୍ଚଳ ରହିଲେ ନେଟ ୱର୍କ ଓ ବିଭିନ୍ନ ଅସୁବିଧା ସହ ଗମନାଗମନର ବହୁ ଅସୁବିଧା ହେଉଛି। ତେଣୁ ଉକ୍ତ ଦୁଇ ପଞ୍ଚାୟତର ସୁବିଧା ଦୃଷ୍ଟିରୁ ନାରାୟଣପୁର ଠାରେ ଆରଆଇ ଅଫିସ କରିବା କୁ ଦାବୀ ନେଇ ଆଜି ଉକ୍ତ ରାଲି ହୋଇଥିଲା। ଦାବୀ ପତ୍ର ପାଇବା ପରେ ସଙ୍ଗେ ସଙ୍ଗେ ନାରାୟଣପୁର ରେଭିନ୍ୟୁ ବଙ୍ଗଳା ଠାରେ ସପ୍ତାହକୁ ତିନି ଦିନ ସୋମ, ମଙ୍ଗଳ ଓ ବୁଧବାର ଦିନ ମାନଙ୍କରେ ଗଣ୍ଡାହାତି ଆରଆଇ ଅଫିସ କର୍ମଚାରୀ ମାନେ ନାରାୟଣପୁର ରେଭିନ୍ୟୁ ବଙ୍ଗଳା କୁ ଆସି ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଂଚଳ ବାସୀଙ୍କ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଓ ଚିଠି ଗଣ୍ଡାହାତି ଆରଆଇଙ୍କୁ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେବା ପରେ ଅଂଚଳ ବାସୀ ଗଜପତି ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ଉକ୍ତ ରାଲୀରେ ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ସରପଞ୍ଚ , ସମିତି ସଭ୍ୟଙ୍କ ସହ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ବିଷୋୟୀ, ବୁଡ଼ା ମହାନ୍ତି, ଜଗନ୍ନାଥ ଖାଡେଙ୍ଗାଲୁ, ବାଲୁ ପଟ୍ଟନାୟକ, ଶ୍ୟାମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ