ନାରାୟଣପୁର-ନାହୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତର ନାହୋ-ଖଡିପୁର ଓ ଗଣିଜାଙ୍ଗ ପଞ୍ଚାୟତର ନାରାୟଣପୁର ଗ୍ରାମ୍ୟ ରାସ୍ତା ଦୀର୍ଘ ଦିନ ହେବ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ଉକ୍ତ ରାସ୍ତା ଉପରେ ନାହୋ, ଖଡିପୁର, ନାରାୟଣପୁରର ପ୍ରାୟ ୧୫ଶହ ଲୋକ ନିର୍ଭର କରି ଚଳନ୍ତି । ନାହୋ ଗ୍ରାମର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଯାତାୟତ କରିଥାନ୍ତି । ୨କିମି ରାସ୍ତା ମଧ୍ୟରୁ ପ୍ରାୟ ୫ ଶହ ମିଟର ରାସ୍ତା କଂକ୍ରିଟ ହୋଇଥିଲେ ମଧ୍ୟ ଅବଶିଷ୍ଟ ୧.୫ କିମି ରାସ୍ତା ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି । ଏଥିସହ ଏହି ରାସ୍ତାର କପାଳୀ ନଦୀ ଉପରେ ଏକ ବିପଦ ସଙ୍କୁଳ ପୋଲ ରହିଛି । ଉକ୍ତ ପୋଲର ଦୁଇ ପାଶ୍ୱର୍ରେ ବାଡା ଭାଙ୍ଗି ଯାଇଥିବାରୁ ତାହା ଲୋକ ମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କଲେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ