ନାରାୟଣା ସ୍କୁଲ୍ର ବେନିୟମ ଫି ଆଦାୟ ଓ ବିନା ଏନ୍ଓସିରେ ସ୍କୁଲ ପରି·ଳନାକୁ ନେଇ ଶିକ୍ଷା ନିର୍ଦ୍ଦେଶକ ଓ ଡ଼ି.ସି.ପି.ଙ୍କୁ ଫେରାଦ ହେଲା ଓଡ଼ିଶା ଅଭିଭାବକ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ପଟିଆସ୍ଥିତ ନାରାୟଣା ସ୍କୁଲ୍ର ମନଇଚ୍ଛା ଫି ଆଦାୟ ଓ ଏନ୍ସିଇଆରଟି ବହି ପ୍ରଚଳନ ଓ ଅନ୍ୟାନ୍ୟ ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ଆଜି ଓଡ଼ିଶା ଅଭିଭାବକ ମହାସଂଘ ଓ ନାରାୟଣା ସ୍କୁଲ ଅଭିଭାବକ ସଂଘ ତରଫରୁ ସ୍କୁଲ୍ ଫାଟକ ସମ୍ନାରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା । ସ୍କୁଲ୍ କର୍ତ୍ତୃପକ୍ଷ ଏ ବର୍ଷର ରି-ଆଡମିଶନ୍ ଓ ସ୍କୁଲ୍ ଫିରେ ୩୦%ରୁ ଅଧିକ ବୃଦ୍ଧି କରିବା ସହିତ ସମାନ ଶ୍ରେଣୀ ପାଇଁ ବିଭିନ୍ନ ଅଭିଭାବକଙ୍କ ଠାରୁ ଭିନ୍ନ ଭିନ୍ନ ଫି ଆଦାୟ କରୁଛନ୍ତି । ଅଭିଭାବକମାନେ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ସେମାନେ କର୍ଣ୍ଣପାତ ନ କରିବା ଏବଂ ରି-ଆଡ଼ମିଶନ ନକଲେ ପିଲାମାନଙ୍କୁ ବହି ନଦେବା ଭଳି ମନୋମୁଖୀ କାର୍ଯ୍ୟ କରି ·ଲୁଥିଲେ । ନାରାୟଣା ସ୍କୁଲ୍ର ଅନ୍ୟ ତିନୋଟି ଶାଖା ଯଥା : ପାଣ୍ଡରା, କଟକ ଓ ୮ ନମ୍ବର ସ୍କୁଲ୍ରେ ମଧ୍ୟ ଏହିପରି ମନଇଚ୍ଛା ଫି ଆଦାୟ କରି ·ଲିଛନ୍ତି । ସ୍କୁଲ୍ କର୍ତ୍ତୃପକ୍ଷ ଦୁଇଦିନ ତଳେ ଏହି ସମସ୍ୟାକୁ ସମାଧାନ କରିବା ନାରାୟଣା ଅଭିଭାବକ ସଂଘର ସଭାପତି ଶୁଭଦୀପା ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଆଶୁତୋଷ ନନ୍ଦ, ଲିଲି ଜେନାମଣି, ଭୁମୋହନ ପଟ୍ଟନାୟକ, ଦେବବ୍ରତ ଦାଶ, ହିମାଂଶୁ ବେଉରା, ପଦ୍ମନାଭ ରାଉତ, ଆଶା ଅଗ୍ରୱାଲ, ସଞ୍ଜୟ ମହାପାତ୍ର, ପ୍ରସନ୍ନ ସାହୁ, ସ୍ୱାଗତିକା ସାହୁ, ଆଲୋକ ନାୟକ, ଦିଲ୍ଲିପ ସାହୁ, ସଞ୍ଜୀବ ନାୟକ, ଅଶୋକ ସାହୁ, ଚିତ୍ତରଞ୍ଜନ ମହାପାତ୍ର, ସୁଧାଂଶୁ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ