ନାରାୟଣ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମାଜିକ ଯୁବ ସଂଗଠନ ଖଣ୍ଡିଗିରି ତାର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ଖଣ୍ଡପଡ଼ା, ନୟାଗଡ଼ ଅଞ୍ଚଳର ୧୩ ବର୍ଷର କର୍କଟ ପୀଡ଼ିତ ବାଳକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସମାଜ ମଙ୍ଗଳ ହୁଣ୍ଡିରୁ ଆଦାୟ କରାଯାଇଥିବା ମୋଟ ୧୫ ହଜାର ଟଙ୍କାକୁ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡା. ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କୁ ସମାଜସେବା ପାଇଁ ସମ୍ମାନିତ କରିଥିଲେ । ଏଥି ସହିତ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଚିତ୍ତ ରଞ୍ଜନ ଦାସ ।


