ନାରାୟଣ ସାହୁଙ୍କ ପ୍ରଥମ ପୁସ୍ତକ ‘ଆଦ୍ୟଝଙ୍କାର’ ଲୋକର୍ପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କବିତା ରଚନା କ୍ଷେତ୍ରରେ ଉଲେଖନୀୟ ସ୍ୱାକ୍ଷର ହାସଲ କରିଥିବା ସାରସ୍ୱତ ସାଧକ ନାରାୟଣ ଚନ୍ଦ୍ର ସାହୁଙ୍କର ପ୍ରଥମ ପୁସ୍ତକ ‘ଆଦ୍ୟ ଝଙ୍କାର’କୁ ଲୋକର୍ପିର୍ର୍ତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ନବକାକଳୀ ଉତ୍ସବରେ ଓଡିଆ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡ. ହୁସେନରବି ଗାନ୍ଧୀ, ନବକାକଳୀର ସମ୍ପାଦକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ନାଇଜରର କୁଳ ସଚିବ ଡ. ଅଭୟ କୁମାର ନାୟକ, ଭାଗ୍ୟଲିପିର ସମ୍ପାଦକ ଡ. ମିଲନ ବାନାର୍ଜି, ବରିଷ୍ଠ ସାହିତ୍ୟକ ଲୋକନାଥ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାରାୟଣ ସାହୁଙ୍କ ‘ଆଦ୍ୟଝଙ୍କାର’ ପୁସ୍ତକକୁ ଲୋକାର୍ପଣ କରିଥିଲେ । ଉଚ୍ଚକୋଟ୍ଟୀର ପୁସ୍ତକ ରଚନା ନିମନ୍ତେ ତାଙ୍କୁ ନବକାକଳୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମି ଦିନରେ ଏହି ପୁସ୍ତକ ପାଠକୀୟ ଆଦୃତି ହାସଲ କରିବାନେଇ ସମସ୍ତେ ଆଶା ପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ