ନାରୀ ଓ ଶକ୍ତି ପକ୍ଷରୁ ଆଡ଼ପ୍ଟ ଏ ଟ୍ରି କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜଧାନୀର ଏକ ପ୍ରମୁଖ ସଂଗଠନ ନାରୀ ଓ ଶକ୍ତି ପକ୍ଷରୁ ଭୁବନେଶ୍ୱର ରଘୁନାଥପୁରସ୍ଥିତ ରୟାଲ ଲାଗୁନ୍ କ୍ୟାମ୍ପସରେ ଓ ଏହାର ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ହାଇକୋର୍ଟର ବି•ରପତି ଦେବବ୍ରତ ଦାସ, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡଃ ପାତ୍ର ନିଜ ଭାଷଣରେ ନାରୀ ଓ ଶକ୍ତି ସଂଗଠନକୁ ବୃକ୍ଷର ସାଥୀ ସହ ତୁଳନା କରିଥିଲେ । ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବି•ରପତି ଦେବବ୍ରତ ଦାସ କହିଥିଲେ ଯେ, ଉପକୂଳ ଅଞ୍ଚଳ ଫନିରେ ହୋଇଥିବା କ୍ଷୟକ୍ଷତିକୁ ସବୁଜ ବିପ୍ଲବ ମାଧ୍ୟମରେ ଭରଣା କରି ପୁଣି ତାର ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଥିବା ସଂଗଠନକୁ ପ୍ରଶଂସା କରିଥିଲେ । ନାରୀ ଓ ଶକ୍ତିର ଅଧ୍ୟକ୍ଷା ସନ୍ଧ୍ୟା ମଲ୍ଲିକ ନାରୀମାନଙ୍କୁ ନିଜସ୍ୱ ସ୍ୱାଧୀନତା ଦିଆଗଲେ ସମାଜରେ ସେମାନେ ଉପଯୁକ୍ତ ସ୍ଥାନରେ ପହଞ୍ôଚ ପାରିବେ ଓ ଫନିରେ ଭୁବନେଶ୍ୱରରେ ନଷ୍ଟ ହୋଇଥିବା ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ଶେଷରେ ସଂଗଠନର ସମ୍ପାଦିକା ମୋନାଲିସା ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ବୁଦ୍ଧିଜୀବି ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ