ନାରୀ ନିର୍ଯାତନା ଓ ସୁରକ୍ଷା ପ୍ରସଙ୍ଗରେ କଟକ କଂଗ୍ରେସ ର ଜିଲ୍ଲାପାଳ ଅଫିସ ଘେରାଉ
କଟକ/ଚୌଦ୍ଵାର, (ଦୀପକ କୁମାର ବେଉରା):ସଂପ୍ରତି ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଥିବା ବେଳେ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ।ଦିନକୁ ଦିନ ମହିଳା ଓ ଶିଶୁ ମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ତଥା ରାଜ୍ୟ ସରକାରଙ୍କୁ ଦାୟୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ଆହ୍ଵାନରେ ସାରା ରାଜ୍ୟରେ ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଅଫିସ ଘେରାଉ ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଓ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ମଲ୍ଲିକ ମିଳିତ ଭାବେ ଏକ ବିରାଟ ପଟୁଆରରେ କଟକ ଗ୍ରାମୀଣ ଏସପି ଅଫିସ ପାଖରୁ ଏକ ପଦଯାତ୍ରାରେ ଆସି କଟକ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ଶହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପିସିସି ପକ୍ଷରୁ କଟକ ନଗର କଂଗ୍ରେସ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ କିଶୋର ଜେନା,କଟକ ଜିଲ୍ଲା କଂଗ୍ରେସ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ମନୋଜ ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ବିଧାୟକ ମହମ୍ମଦ ମୋକିମ୍,ଯୋଗଦେଇ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣ ରେ ଓଡ଼ିଶା ଦେଶର ୪ର୍ଥ ସ୍ଥାନରେ ଥିବା ବେଳେ ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡ଼ିଶା ୧ନଂ ବୋଲି କହିଥିଲେ ।ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାସହ ରାଜରାସ୍ତାରେ ଲଢେଇ କରିବ ବୋଲି କଂଗ୍ରେସ ନେତାମାନେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ସେଲ ଅଧ୍ୟକ୍ଷ ବାଙ୍କନିଧି ବେହେରା,କଂଗ୍ରେସ ନେତା ଦେବେନ୍ଦ୍ର ସାହୁ,ରାମଚନ୍ଦ୍ର ଗୋଚ୍ଛାୟତ,ସୁଦର୍ଶନ ସାହୁ, ସଞ୍ଜୟ ସାହୁ,ନଗର କଂଗ୍ରେସ ଉପସଭାପତି ରାଜେନ୍ଦ୍ର ପଟ୍ଟନାୟକ ଓ ବିଶ୍ଵନାଥ ଶତପଥୀ,ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ,ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ,କଟକ ନଗର ଓବିସି ସେଲ ଅଧ୍ୟକ୍ଷ ବରଦା ସାହୁ,କଟକ ନଗର(ଜିଲ୍ଲା)କଂଗ୍ରେସ ମୁଖ୍ୟ-ମୁଖପାତ୍ର ମାନସ ପରିଡ଼ା,ପ୍ରାକ୍ତନ କର୍ପୋରେଟର ସ୍ନେହଲତା ଚୌଧୁରୀ,ବୈଶାଳୀ ବେହେରା ଓ କେଦାର ରାଉତ୍,ହିମାଂଶୁ ରାଉତ, ନାରୀନେତ୍ରୀ ମଞ୍ଜୁଶ୍ରୀ କଳ୍ପନା ରାଉତରାୟ ଓ ତୃପ୍ତି ଦାସ,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, କଂଗ୍ରେସ ନେତା ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ,ଅନିଲ ବେଉରା ଙ୍କ ସମେତ ଉତ୍ତମ ବେହେରା, ବିପନ ପଶାୟତ, ଅଲେଖ ଚନ୍ଦ୍ର ବେହେରା, ଜ୍ଞାନେଶୁ ଦାସ,ଅଲେଖ ସ୍ୱାଇଁ, ରମାକାନ୍ତ ବେହେରା,ଜୟନାରାୟଣ ତ୍ରୀପାଠୀ,ସରପଞ୍ଚ ଶିବୁ ବେହେରା, ସୁରେନ୍ଦ୍ର ମହାରଣା,ଦିଲ୍ଲୀପ ଦଳାଇ, ଅଶୋକ ନାୟକ, ସୁକାନ୍ତ ରାଉତ,ଉଗ୍ରସେନ ଭୂୟାଁ, ସୀତାକାନ୍ତ ପଣ୍ଡା,ନିହାର ନନ୍ଦ,ଦିଲ୍ଲୀପ ମହାନ୍ତି, ଆଡଭୋକେଟ୍ ଆଲୋକ ନନ୍ଦ,ଆଶୁତୋଷ ବରାଳ,ରଜନୀ ବସ୍ତିଆ,ସନ୍ତୋଷ ବିଶ୍ଵାଳ, ତ୍ରିଲୋଚନ ମହାନ୍ତି,ଶରତ ଜେନା,ବିଶ୍ବରଂଜନ ଜେଠୀ, ରଶ୍ମିକାନ୍ତ,ସାମଲ ଲିପୂଲ ରାଉତ, ସହଦେବ ବେହେରା, ଭଗତ ସାହୁ, ଦିବାକର ସେଠୀ ଓ ଶିବୁ ଭଗତ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।