ନାରୀ ନିର୍ଯ୍ୟାତନା ବିରୋଦ୍ଧ ରେ ବାଲେଶ୍ବର ଜିଲ୍ଲା କଂଗ୍ରେସ ର ଗର୍ଜନ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ସୁଭଦ୍ରା ଯୋଯନା ରେ ଟଙ୍କା ଦେଇ ନାରୀ ନିର୍ଯ୍ୟାତନା କୁ ଆପଣେଇଛି ବିଜେପି ସରକାର) ଓଡିଶାର ବିଜେପି ସରକାର ସମୟରେ ସାଧାରଣ ଲୋକେ ଶାନ୍ତି ରେ ନାହାନ୍ତି ଏଠି ସମସ୍ତେ ମୁଣ୍ଡରେ ହାତ ଦେଲେଣି ନାରୀ ନିର୍ଯ୍ୟାତନାର ସୀମା ଉଲଙ୍ଘନ ହେଉଛି ମାତୃ ଜାତି ପ୍ରତି ବ୍ୟଭିଚାର ବିଜେପି ସରକାର ର ଦି ଗୁଣା ହୋଇଛି ପ୍ରତ୍ୟକ ଦିନ ନାରୀମାନେ ଦୁଷ୍କର୍ମ ରେ ଶିକାର ହେଉଛନ୍ତି ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ଷଷ୍ଠ ଶ୍ରେଣୀରେ ଛାତ୍ରୀ ମା ହେଉଛି ଏହା ଓଡିଶା ର ଏକ କଳଙ୍କିତ ସରକାର ତେଣୁ ନାରୀ ନିର୍ଯ୍ୟାତନାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାଶ ଓ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଅଜୟ ଲଲୁ ଆହ୍ବାନ କ୍ରମେ ବାଲେଶ୍ବର ଜିଲ୍ଲା ରେ ଦଳର ସଭାପତି ସଂଜୀବ ଗିରି ଙ୍କ ଡାକରା ରେ ଆଜି କଂଗ୍ରେସ ଗର୍ଜନ କରିଛି ଜିଲ୍ଲା କଂଗ୍ରେସ ର କର୍ମୀ ମାନେ ତାଙ୍କ ପ୍ରିୟ ନେତା ନବଜ୍ୟୋତି ପଟ୍ଟନାୟକ ଙ୍କୁ ପାଇ ବେଶ୍ ଉତ୍ସାହିତ ହୋଇଥିଲେ ଏବଂ ଗାନ୍ଧୀ ସ୍ମୃତି ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରା ନାରାବାଜି କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା କର୍ମୀ ଙ୍କ ଗର୍ଜନ ରେ କମ୍ପୁଥିଲା ବେଳେ ରାସ୍ତା ଜାମ୍ ହୋଇଯାଇଥିଲା ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ଅର୍ଚ୍ଚନା ନନ୍ଦୀ ଙ୍କ ସଭାପତିତ୍ବରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭାରେ ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ପୁର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଦସ୍ୟ ନବଜ୍ୟୋତି ପଟ୍ଟନାୟକ ଜୋଗ ଦେଇ ଓଡିଶାରେ ବିଜେପି ସରକାର ସୁଭଦ୍ରା ଯୋଯନା ନାଁ ରେ ଟଂକା ଦେଇ ନାରୀ ମାନଙ୍କୁ ନିର୍ଯ୍ୟାତନା ଦେଉଛି ତେଣୁ ନାରୀ ସୁରକ୍ଷିତ ନୁହେଁ ଏ ରାଜ୍ୟ ରେ ନାରୀ ହୋଇ ଜନ୍ମ ନେବା କ’ଣ ମହାପାପ କି ବୋଲି ପ୍ରଶ୍ନ କରିଥିଲେ ତେଣୁ କଂଗ୍ରେସ କେବେ ନୀରବ ରହବ ନାହିଁ ଲଢେ଼ଇ ଆରମ୍ଭ ହେଲା ବିଜେପି ସରକାର ବିରୋଦ୍ଧ ରେ ବାଲିଆପାଳ ପଂଚାୟତ ସମିତି ର ଅଧ୍ୟକ୍ଷା ରଞ୍ଜିତା ନାୟକ ବାସନ୍ତୀ ସାମଲ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମୀନା ରାଣୀ ସୁର ,ସରପଞ୍ଚ ମମତା ସାହୁ ଅଞ୍ଜଳି ପ୍ରଧାନ ,ସରପଞ୍ଚ ଜ୍ୟୋସ୍ନା ବେହେରା ଙ୍କ ସମେତ ବହୁ ମହିଳା କଂଗ୍ରେସ ନେତ୍ରୀ ମାନେ ମଞ୍ଚାସୀନ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଦେବୀ ପ୍ରଶନ ଚଣ୍ଡ ସୁଦର୍ଶନ ଜେନା ଅଖୟ ଆଚାର୍ଯ୍ୟ ବସ୍ତା ନିର୍ବାଚନ ମଣ୍ଡଳୀ ନେତା ବିଜନ ନାୟକ ସଦର ନିର୍ବାଚନ ମଣ୍ଡଳୀ ନେତା ସରୋଜ ଲେଙ୍କା ସୀମୁଳିଆ ନିର୍ବାଚନ ମଣ୍ଡଳୀ ନେତା ହିମାଂଶୁ ବେହେରା ,ସୋର ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଧଡ଼ା ଜିଲ୍ଲା କଂଗ୍ରେସ ର ଉପସଭାପତି ଗୋପୀନାଥ ପାଢ଼ୀ ,ସତ୍ୟ ସୁନ୍ଦର ଦାସ ପଦ୍ମ ଲୋଚନ ଲେଙ୍କା ,ମୁଖପାତ୍ର ସୁଧାଂଶୁ ଶେଖର ଜେନା ,ସତ୍ୟନାରାୟଣ ଗୁପ୍ତା ,ଶ୍ରୀକାନ୍ତ ଜେନା ,ରାଜେନ୍ଦ୍ର ମହାନ୍ତି ,କୃଷ୍ଟ ଗୋପାଳ ପଣ୍ଡା ରାଜୀବ ପରିଡା ,ତରୁଣ ଦାସ, ଜୟକୃଷ୍ଣ ବେହେରା ,ଗୋପବନ୍ଧୁ ମହାପାତ୍ର, ପ୍ରଦୀପ ବେହେରା ,ତପନ ରାଉତ ଛାତ୍ର କଂଗ୍ରେସ ସଭାପତି ଗୈାତମ ସାହୁ ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ ,ଜୀବନ ମହାପାତ୍ର ,ନିରଞ୍ଜନ ବେହେରା ,ଅରୁଣ ଜେନା ,ସୁଦାମ ପାତ୍ର,ଶିଶିର ରାଉତ ପ୍ରଭାଶ ମଣ୍ଡଳ ,ରବିନ୍ଦ୍ର ଦାସ ,ଜଗନ୍ନାଥ ମହାପାତ୍ର ,ପ୍ରଦୀପ ପ୍ରଧାନ ଓ ହରିଶଙ୍କର ଜେନା ଙ୍କ ସମେତ ବହୁ ମହିଳା କଂଗ୍ରେସ ଛାତ୍ର କଂଗ୍ରେସ ଯୁବ କଂଗ୍ରେସ କର୍ମୀ ଓ ନେତୃତ୍ବ ସାମିଲ୍ ହୋଇଥିଲେ ପୁର୍ବତନ ବିଧାୟକ ସୁଦର୍ଶନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଓ ଶେଷରେ ଏକ କୋଡିଏ ଜଣିଆ ପ୍ରତିନିଧି ଦଳ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।