‘ନାରୀ ପୁରୁଷ ସମାନତା’ ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ‘ନାରୀ ପୁରୁଷ ସମାନତା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘ସମାଜ’ର ପ୍ରାକ୍ତନ ସାମ୍ବାଦିକ ଡଃ ମନୋରମା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀପୁରୁଷ ସମାନତାର ବାସ୍ତବ ଦିଗ ପ୍ରତି ଧ୍ୟାନ ଦେବାକୁ ଏବଂ ମହିଳା ନୁହଁନ୍ତି ଦୁର୍ବଳା, ସେମାନେ ସବଳା ବୋଲି ତମବ୍ୟକ୍ତ କରିଥିଲେ । ‘ସୁରକ୍ଷା’ର ମାର୍ଗଦର୍ଶକ ତଥା କାର୍ଯ୍ୟକ୍ରମର ଆବାହକ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ମହାପାତ୍ରଙ୍କ ଆବାହକତ୍ୱରେ ଓ ସଭାନେତ୍ରୀ ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ସୁଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟବକ୍ତା, ଟ୍ରାଫିକ ଡ଼ିସିପି ସାଗରିକା ନାଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେପରି ନନ୍ଦିଘୋଷର ଗୋଟିଏ ଚକ ଅଚଳ ହେଲେ ନନ୍ଦିଘୋଷ ଚାଲିପାରେ ନାହିଁ, ସେହିପରି ପୁରୁଷ ମଧ୍ୟରୁ ଗୋଟିଏ ଅଙ୍ଗ ଅଚଳ ହେଲେ ସମାଜ ଆଗକୁ ବଢିପାରିବ ନାହିଁ । ପୂର୍ବତନ କର୍ପୋରେଟର ପ୍ରତିନନ୍ଦା ରାଉତରାୟ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନାରୀ ସୁରକ୍ଷା ନିମନ୍ତେ ମିଳିତ ପ୍ରୟାସ ଲେଡ଼ା ବୋଲି ମତ ଦେଇଥିଲେ । ସୁରକ୍ଷାର ସଦସ୍ୟା ଚନ୍ଦନା ତ୍ରିପାଠୀ ଓ ପରିଚାଳନା ନିର୍ଦ୍ଦେଶକ ମିଲି ରଣା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏହି ଅସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଷ୍ଠା ଅର୍ଜନ କରିଥିବା ୧୨ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ‘ସୁରକ୍ଷା ଆଦର୍ଶ ନାରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ତପସ୍ୱିନୀ ଦାସ, ଶାନ୍ତିଲତା ଶତପଥୀ, ଗାୟତ୍ରୀ ମାଭୁରୁ, ଡ. ରଶ୍ମୀରେଖା ଆଚାର୍ଯ୍ୟ, ସଂଯୁକ୍ତା ମହାନ୍ତି, ଅନୁରାଧା ଦାସ, ଚନ୍ଦନା ତ୍ରିପାଠୀ, ରାଜଶ୍ରୀ ଉପାଧ୍ୟାୟ, ଶ୍ରୁତିକର୍ତ୍ତା ତ୍ରିପାଠୀ, ଗୀତାଞ୍ଜଳି ଜେନା ଓ ସ୍ୱପ୍ନା କୁମାରୀ ରଥ । ସୂଚନାଯୋଗ୍ୟ ଯେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗତ ୮ ମାର୍ଚ୍ଚରୁ ୧୨ ମାର୍ଚ୍ଚ ୪ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଯଥା ମହିଳାମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ନୃତ୍ୟ ସଙ୍ଗୀତ ଆଦି ପ୍ରତିଯୋଗିତା, ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟସେବା ଶିବିର ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ସହାୟତାରେ ଆୟୋଜନ କରାଯାଇଥିଲା । ସମ୍ପାଦକ କେଶବ ରଣା, ସଭାପତି ଶ୍ରୀମତୀ ବନ୍ଦନା ପଣ୍ଡା, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ଉପସଭାପତି ଶ୍ରୀ ପ୍ରଦୀପ କୁମାର ଦ୍ୱିବେଦୀ, ସହସମ୍ପାଦକ କୈଳାସ ଜେନା, କାର୍ଯ୍ୟକାରୀ ସଦସ୍ୟ ରାଜେନ୍ଦ୍ର ମଲ୍ଲିକ, ବିଚିତ୍ରାନନ୍ଦ ରାଉତରାୟ ଓ ରବିନ୍ଦ୍ରନାଥ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହିତ ସମ୍ପାଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ