ନାରୀ ସଂଘରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଅବସରରେ ମହିଳା-ଶିଶୁ ଅଧିକାର ସମ୍ପର୍କିତ ଏକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ନାରୀ ସଂଘ ଓ ଏଆଇଡବ୍ଲ୍ୟୁସିର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ନାରୀ ସଂଘର ସଭାନେତ୍ରୀ ଗୋପାମୁଦ୍ରା ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ଓ ବାଲ୍ୟ ବିବାହ ରୋକିବାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଆଇନଜୀବୀ ପ୍ରଣବ ପଣ୍ଡା ଓ ଉତ୍ପଳ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ଓ ମହିଳା ସୁରକ୍ଷା ଆଇନ କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବିଶେଷ କରି ପୀଡ଼ିତାଙ୍କ ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ସାହାଯ୍ୟ ସହଯୋଗ ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ । ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ସଦର ସିଡିପିଓ ସୁଜାତା ପଟ୍ଟନାୟକ, ମାବାଧିକାର କର୍ମୀ ସୁଧାକର ସେଠୀ, ଆର୍ଶ୍ରୀତା ତରାଇ ପ୍ରମୁଖ ଏଥିରେ ଯୋଗଦେଇ ଅନୁଭୂତିର କଥା ରଖିଥିଲେ । ଜ୍ୟୋତ୍ସ୍ନା ମହାନ୍ତି, ଉତ୍ତରା ଦେ, ପ୍ରଣତି ପଣ୍ଡା ପ୍ରମୁଖ ଆଲୋଚୋନାରେ ଅଂଶ ଗ୍ରହଣ କରିଥିଲେ । ବିକ୍ରମ ବାରିକ ଏଥିରେ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସଂଘର ବରିଷ୍ଠ ସଦସ୍ୟା ବାସନ୍ତୀ ନାୟକ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମଲତା ଦାସ, ଅରୁଦୀପ୍ତା ସ୍ୱାଇଁ, କାବେରୀ, ସୁଶ୍ରୀସଙ୍ଗିତା ମହାପାତ୍ର, ସାକିଦ ହୁସେନ, ଜ୍ୟୋତିର୍ମୟୀ ମହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ