ନାରୀ ସଂଘ ସଭାନେତ୍ରୀ ତଥା ବିକଳାଙ୍ଗ ପ୍ରତିଷ୍ଠାନ ସମ୍ପାଦିକା ଉପରେ ମାନହାନି ମୋକଦ୍ଦମା ରୁଜୁ
ବାଲେଶ୍ୱର, (ସରୋଜ ପଣ୍ଡା):ମିଶନ ହାତ।ଠାରେ ବିକଳାଙ୍ଗ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଦୃଷ୍ଟିହୀନ, ବଧିର ଓ ମାନସିକ ଅନଗ୍ରସର ତିନି ଗୋଟି ସ୍ଵତନ୍ତ୍ର ବିଦ୍ୟାଳୟ, ପରିଚାଳନାରେ ତ୍ରୁଟି ତଥା ଅନିୟମିତତା, ନିମ୍ନମାନର ଖାଦ୍ୟ ଦିଆଯିବା, ପଛଦ୍ୱାର ରେ ନିଯୁକ୍ତି ତଥା ନାରୀ ସଂଘ ପକ୍ଷରୁ ପରିଚାଳିତ ସ୍ୱାଧର ଗୃହ ପରଚାଳନାରେ କେତେକ ସନ୍ଦେହଜନକ ତଥ୍ୟକୁ ଭିତ୍ତି କରି ଦି ୱେଲଫେୟର ପ୍ରତିଷ୍ଠାତା ଶ୍ରୀ ଦିବାକର ସ ନାରୀ ସଂଘ ତଥା ବିକଳାଙ୍ଗ ପ୍ରତିଷ୍ଠାନ ଉପରେ ସୂଚନା ଅଧିକାର ଆଇନ ଦ୍ୱାରା କେତେକ ତଥ୍ୟ ମାଗିଥିଲେ। ତଥ୍ୟ ପ୍ରଦାନ ନ କରି ବେପରୁଆ ଭାବରେ ଗୋପା ମୁଦ୍ରା ମହାପାତ୍ର ନୀରବ ରହିଲେ। ଫଳରେ ଶ୍ରୀ ସ ପ୍ରଥମ ଅଭିଯୋଗ ଅଧିକାରୀ ଙ୍କୁ ଉକ୍ତ ତଥ୍ୟ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିବେଦନ କଲେ। ମାତ୍ର ଶ୍ରୀମତୀ ମହାପାତ୍ର ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନ ପରିବର୍ତେ ମାନହାନି ସୂଚକ ମନ୍ତବ୍ୟ ଦେଇ ଥିବାରୁ ଶ୍ରୀ ସ ସୂଚନା ଅଧିକାର କମଶନରଙ୍କୁ ତଥ୍ୟ ପାଇଁ ଆବେଦନ କରିଥିବା ବେଳେ ମାନହାନି ସୂଚକ ମନ୍ତବ୍ୟ ପାଇଁ ବରିଷ୍ଠ ଦେୱାନି ବାଲେଶ୍ୱର ଙ୍କ ଠାରେ ଶ୍ରୀମତୀ ଗୋପା ମୁଦ୍ରା ମହାପାତ୍ର ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ବୋଲି ଏମ ଏସ କେଶ ନମ୍ବର ୬୭/୨୦୨୩ ରୁ ଜଣାପଡିଛି।


