ନାଲକୋ ନଗରରେ ଉତ୍କଳ ଦିବସ ସମାରୋହ ଅନୁଷ୍ଠିତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି l ଉତ୍କଳ ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ନାଲକୋର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ମନସା ପ୍ରସାଦ ମିଶ୍ର ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ର ଲୋକ ପ୍ରିୟ ନୃତ୍ୟ ଓଡିଶି ଓ ଦେଶାତ୍ମକ ନୃତ୍ୟ ଛୋଟ ଛୋଟ କୁନି କଳାକାର ମାନେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଡ଼ଃ ଗୌରହରି ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ନାଲକୋର ମଣି ପଟ୍ଟନାୟକ ରାଜାରାମ ମିଶ୍ର, ସମିର କୁମାର ମାଝି ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ