ନାଲ୍‍କୋ ସୁଇମିଂ ପୁଲ୍‍ରେ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍‍): ନାଲ୍‍କୋ ଥାନା ଅନ୍ତର୍ଗତ ନାଲ୍‍କୋ କଲୋନୀ ଅଫିସର କ୍ଲବ ମଧ୍ୟରେ ଥିବା ସୁଇମିଂ ପୁଲିକୁ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଦୀପ (୨୫) ସ୍ନାନ କରିବା ପାଇଁ ୩ ବନ୍ଧୁଙ୍କ ସହ ଯାଇଥିଲେ । ସଂଧ୍ୟା ପ୍ରାୟ ସାଢ଼େ ୬ରେ ହଠାତ୍‍ ହିମାଂଶୁ ନିଖୋଜ ହୋଇଯାଇଥିଲେ । ବନ୍ଧୁମାନେ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଏ ସମ୍ପର୍କରେ ବନ୍ଧୁମାନେ ନାଲ୍‍କୋ କଲୋନୀରେ ନିଯୁକ୍ତି ଠିକା ସୁରକ୍ଷା କର୍ମୀଙ୍କୁ ଅବଗତ କରାିଥିଲେ । ୪ଜଣ ବନ୍ଧୁ ସ୍ନା କରିବା ପାଇଁ ଆସିଥିଲେ, ପାରି ବୁଡ଼ି ଯାିଥିବା ସନ୍ଦେହ କରି ପ୍ରଥମେ ବନ୍ଧୁମାନେ ଓ ସୁରକ୍ଷା କର୍ମୀ ନାଲ୍‍କୋ ଅଗ୍ନିଶମ କେନ୍ଦ୍ର ସହ ଯୋଗା ଯୋଗ କରିଥିଲେ । ଅଗ୍ନିଶମ କର୍ମଚାରୀ ଦଉଡ଼ି ଓ ଲଉହା ଫନ୍ଦା ଦ୍ୱାରା ପ୍ରାୟ ସାଢ଼େ ୨ଘଣ୍ଟ ଗଭୀର ଜଳରେ ଖୋଜିବା ପରେ ଶବ ଉଦ୍ଧାର କରିଥିଲେ । ସୂଚନା ଅନୁଯାୟୀ ନାଲ୍‍କୋର ବରିଷ୍‍ଂ ଅଧିକାରୀ ରାଜାରାମ ମିଶ୍ୟ ଗଭୀର ଜଳ ମଧ୍ୟରେ ମୃତ ଅବସ୍ଥାରେ କନିଷ୍ଟ ଯନ୍ତ୍ରୀଙ୍କ ଶବକୁ ଉଦ୍ଧାର କରିଥିଲେ । ପରେ ନାଲ୍‍କୋ ଥାନାଧିକାରୀ ପହଞ୍ଚିବା ପରେ ଶବକୁ ଆମ୍ବୁଲାନ୍ସ ରେ ନାଲ୍‍କୋ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡକ୍ତାର ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । କନିଷ୍ଠ ଯନ୍ତ୍ରୀ ହିମାଂଶୁଙ୍କର ଦୁର୍ଘଟଣାଜନିତତ ମୃତ୍ୟୁ କି ହତ୍ୟା ତାହା ପୁଲିସ ତଦନ୍ତ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ସ୍ପଷ୍ଟ ହେବବୋଲି ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ