ନାଳକୁ ଖସିପଡିଲା ବାଇକ , ନାବାଳକ ମୃତ, ୨ ଜଣ ଆହତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲ୍ଲା ଫୁଲବାଣୀର ଗୁଦାରି ଠାରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ନାଳ କୁ ଖସିଥିଲା ବାଇକ | ବାଇକ ରେ ଥିବା ୩ ଜଣ ନାବାଳକ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସୂଚନାଯୋଗ୍ୟ ଯେ ଫୁଲବାଣୀ ଠାରୁ ୩ ଜଣ ନାବାଳକ ଗୋଟିଏ ବାଇକ ରେ ଖଜୁରୀପଡ଼ା ଯାଉଥିବା ବେଳେ ଗୁଦାରୀନିକଟ ମଲ୍ଲିକ ସାହି ଠାରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା | ଯାହା ଫଳରେ ବାଇକ ରେ ଥିବା ୩ ଜଣ ନାବାଳକ ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଘଟଣା ସ୍ଥଳରୁ ଦୁଇ ଜଣ ଆହତ ନାବାଳକ କୁ ଉଦ୍ଧାର କରିଥିଲେ | ଏବ୍ଂ ପୋଲିସ କୁ ଖବର୍ ଦେବା ସହ ୧୦୮ ଆମ୍ବୁଲାନ୍ସ କୁ ଜଣାଇଥିଲେ | ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି | ମୃତକ ଜଣକ ହେଲେ ଅମ୍ବାଲାପଡା ର ଡି ଆଦର୍ଶ କୁମାର l ଖଜୁରୀପଡା ପୋଲିସ ଘଟଣା ର ତଦନ୍ତ କରୁଛି l


