ନାଳକୁ ଖସିଲା ବାଇକ: ୧ ମୃତ,୨  ଗୁରୁତର

ମୋହନା,(ଯୁଗାବ୍ଦ ନ୍ୟୁଜ୍‌):ଗଜପତି ଜିଲ୍ଲା ଅଡବା ଥାନା ଅଧିନ ନରଣପୁର ଗ୍ରାମର ରାସ୍ତା କଡରେ ଥିବା ନାଳକୁ ବାଇକ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ମାନଙ୍କ ପରିଚୟ ପିଟର ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ ବିଳମ୍ବିତ ରାତିରେ ତିନି ଜଣ ଯୁବକ ମିଶି ଗୋଟିଏ ବାଇକରେ କାଲିମାରୁ ପଦାଗାଁ ଯାଇଥିବା ସମୟରେ ନରଣପୁର ଗାଁ ନିକଟରେ ବିଲାଣ ରାସ୍ତାରେ ଭାରସାମ୍ୟ ହରାଇ ନାଳକୁ ଖସିପଡିଥିଲା । ହେନେରୀ ତାଙ୍କ ଗାଁର ଜଣେ ଅଟୋ ଡ୍ରାଇଭରଙ୍କୁ କଲ କରି ଦୂର୍ଘଟଣା ସଂପର୍କରେ ଜଣାଇଥିଲେ । ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ପହଞ୍ଚି ସେମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ ଡାକ୍ତର ପିଟର ନାୟକଙ୍କୁ ମୃତ ଘୋଷଣା କରିଥିଲେ । ସେହପରି ଧର୍ମେନ୍ଦ୍ର ଙ୍କ ସ୍ୱାସ୍ଥ ବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ