ନାଳରୁ ଯୁବକର ମୃତ ଦେହ ଉଦ୍ଧାର
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁ ନିକଟସ୍ଥ ନାଳ ରୁ ଜଣେ ଯୁବକର ମୃତ ଦେହ ଉଦ୍ଧର ହୋଇଛି । ମୃତ ଜଣକ ହେଲେ, ଗୋବିନ୍ଦପୁର ଗାଁର ପାଉଲ ନାୟକ୪୬ । ଗତ କାଲି ଯୁବକ ଜଣକ ସକାଳୁ ଗାଁ ନିକଟସ୍ଥ ଜଙ୍ଗଲକୁ ବାଉଁଶ ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜିକରି ପରେ ଆଜି ସକାଳେ ନାଳ ପାଣିରେ ଯୁବକର ମୃତ ଦେହ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ମୋହନା ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ।


