ନାଳ ରେ ବୁଡି ଯୁବକ ମୃତ ; ୨ ଦିନ ପରେ ମୃତଦେହ ଉଦ୍ଧାର
ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ପୋଲିସ ମହୁଡ଼ା ନିକଟ ବିକାଶପୁର ଗ୍ରାମର ଡୁଙ୍ଗି ନାଳ ରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର କରିଛନ୍ତି।ଯୁବକ ଜଣକ ହେଲେ ଢେପାଗୁଡା ଗ୍ରାମର ବିପ୍ର ମଲ୍ଲିକ(୩୬) । ଗତ ମଙ୍ଗଳବାର ସକାଳେ ବିପ୍ର ତାଙ୍କ ଭଉଣୀ ଘର ଗାଁ ବିକାଶପୁର କୁ ବୁଲି ଯାଇଥିଲେ।ଗାଧୋଇବା ପାଇଁ ଭଉଣୀ ଝୁନୁଙ୍କୁ ଗାମୁଛା ମାଗିଥିଲେ।ଭଉଣୀ ଘରେ ଥିବା ଲୁଙ୍ଗି କୁ ଦେଇଥିଲେ।ପରେ ବିପ୍ର ଘରେ ଗାଧୋଇ ମୁଣ୍ଡ କୁଣ୍ଡାଇ ବାହାରକୁ ବୁଲି ଯାଇ ଆଉ ଫେରି ନଥିଲେ।ଭଉଣୀ ଓ ତାଙ୍କ ସମ୍ପର୍କୀୟ ମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ବୁଧବାର ସନ୍ଧ୍ୟାରେ ତାଙ୍କ ମୃତଦେହ ନାଳ ରେ ଭାସୁଥିବା କିଛି ଗ୍ରାମବାସୀ ଦେଖିବାପରେ ଏନେଇ ପୋଲିସ କୁ ଖବର ଦିଆଯାଇଥିଲା। ବିପ୍ର ଙ୍କ ଭଉଣୀ ଝୁନୁ ଙ୍କ ଏତଲା କ୍ରମେ ଥାନା ଅପମୃତ୍ୟୁ ମାମଲା ନଂ. ୯/୨୦ ଅନୁଯାୟୀ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡିଛି।