ନାସା ଚନ୍ଦ୍ର ମିଶନ ରେ ସାମିଲ ହେଲେ ଭାରତୀୟ ଯୁବକ
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ର ମିଶନ ଅର୍ଟିମିସ ପାଇଁ ୧୩ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି ।ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ଥିବା ଜଣାପଡିଛି । ଦୁଇ ବର୍ଷର କଠିନ ପ୍ରଶିକ୍ଷଣ ପରେ ୧୦ ଜାନୁଆରୀ ୨୦୨୦ ରେ ଏମାନଙ୍କୁ ସ୍ପେଶ ମିଶନ ପାଇଁ ସାମିଲ କରାଯିବ । ଏହି ୧୩ ଜଣ ମହାକାଶଚାରୀ ନାସାରେ ତିନୋଟି ମିଶନ ପୁରା କରିବେ ବୋଲି ଜଣାପଡିଛି । କିଏ କେଉଁ ବିଭାଗରେ କାମ କରିବେ ସେ ନେଇ କୌଣସି ସୂଚନା ମିଳିନାହିଁ । ଏହି ମିଶନ୍ ରେ ଯିବାପାଇଁ ପାଖାପାଖି ୧୮,୩୦୦ ପ୍ରାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୩ ଜଣ ପ୍ରାର୍ଥୀଙ୍କୁ ନାସା ଯିବା ପାଇଁ ଚୟନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣ ଆମେରିକାରୁ ହୋଇଥିବା ବେଳେ ଜଣେମାତ୍ର ପ୍ରାର୍ଥୀ ଭାରତରୁ ମନୋନୀତ ହୋଇଛନ୍ତି । ସେ ହେଉଛନ୍ତି ୪୨ ବର୍ଷିୟ ରାଜା ଜନ୍ ବୁରପୁତ୍ତର୍ ଚାରୀ ।


