ନାସା ଫାଉଣ୍ଡେସନ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା, (ମୁରାରୀ ମୋହନ ମହାପାତ୍ର) : ନାସା ଫାଉଣ୍ଡେସନ ତରଫରୁ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ “ଅନ୍ଧବିଶ୍ୱାସ ଦୂରୀକରଣ ରେ ବିଜ୍ଞାନ ର ଭୂମିକା “ଶୀର୍ଷକରେ ଏକ ଆଲୋଚନା ଚକ୍ର ଫାଉଣ୍ଡେସନ ର ସଭାପତି ଡକ୍ଟର ସରୋଜ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି l ସି ଭି ରମଣ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଆରମ୍ଭ ହୋଇଥିବା ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଦର୍ଶନ ପଣ୍ଡା, ମୟୂରଭଞ୍ଜ ସାଇନ୍ସ ଫୋରମ ସଭାପତି ଅମିତାଭ ମିଶ୍ର, ଅଧ୍ୟାପକ ଅଶୋକ ପୁଷ୍ଟି ଯୋଗ ଦେଇ ବିଜ୍ଞାନ ର ବିକାଶ ଓ ପ୍ରଚାର ଦ୍ୱାରା ସମାଜ ଓ ଦେଶ ର ଉନ୍ନତି ସମ୍ଭବ ହୋଇପାରିବ ବୋଲି ମତ ରଖିଥିଲେ l ଏସ ପି ଜ୍ୟୋତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁନିତା ରାଣୀ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ