ନାସ୍ତିକ ଓ ସନ୍ଥ ଏକନାଥ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-
ଜଣେ ନାସ୍ତିକ ଥିଲେ। ସେ ସନ୍ଥ ଓ ସନ୍ନ୍ୟାସୀଙ୍କ ନିକଟକୁ ଯାଇ ଏମିତି ପ୍ରଶ୍ନମାନ ପଚାରୁଥିଲେ ଯେ ସେମାନେ ଉତ୍ତର ଖୋଜିବାରେ ଭାରି ଅଡୁଆରେ ପଡୁଥିଲେ। ତେଣୁ ସେମାନେ ନାସ୍ତିକ ଜଣଙ୍କୁ ଦେଖିବା ମାତ୍ରକେ ପ୍ରମାଦ ଗଣୁଥିଲେ। ଏହି ସମୟରେ ଜଣେ ସନ୍ଥ ତାଙ୍କୁ କହିଲେ- ବାବୁ, ତୁମେ ଆମକୁ ଏମିତି ପ୍ରଶ୍ନ ପଚାରି ହଇରାଣ କରନାହିଁ।ତୁମର ଯାହା ସନ୍ଦେହ ସେ ବିଷୟରେ ଏକନାଥଙ୍କୁ ପଚାର। ସେ କେବଳ ତୁମକୁ ଠିକଣା ଉତ୍ତର ଦେଇପାରିବେ । ନାସ୍ତିକ ତେଣୁ ପଚରାପଚରି କରି ସନ୍ଥ ଏକନାଥଙ୍କ ଗାଁକୁ ଗଲେ। ସେତିକି ବେଳେ ଏକନାଥ ଘେର ନ ଥିଲେ। କେହି ଜଣେ କହିଲେ- ଯାଇ ଦେଖ, ସେ ଶିବ ମନ୍ଦିରରେ ଶୋଇଥିବେ। ନାସ୍ତିକ ଜଣକ ମନ୍ଦିରରେ ପହଞ୍ଚି ଦେଖିଲେ େଯ ଏକନାଥ ଶୋଇଛନ୍ତି। ତାଙ୍କର ଗୋଡ଼ ଦୁଇଟି ଭଗବାନ ଶିବଙ୍କ ଆସ୍ଥାନ ଉପରେ ରହିଛି । ଏଥିରେ ନାସ୍ତିକ ବି ଚମକି ପଡ଼ିଲେ। ସେ ଭାବିଲେ- ଏକ ନାଥ ତ ମହା ନାସ୍ତିକ! ମୁଁ ଭଗବାନଙ୍କୁ ବିଶ୍ବାସ କରେ ନାହିଁ ସତ, କିନ୍ତୁ ଏମିତି ଧୃଷ୍ଟତା ବି କରି ପାରିବି ନାହିଁ । କିଛି ସମୟରେ ଏକନାଥ ଉଠିଲେ। ନାସ୍ତିକ ଜଣକ ତାଙ୍କୁ କହିଲେ- ମୁଁ ଭାବିଥିଲି ଆପଣ ଜଣେ ସନ୍ଥ ଓ ଭକ୍ତ। କିନ୍ତୁ ଆପଣ ତ ଜଣେ ମହା ନାସ୍ତିକ! ତା’ ନ ହେଲେ ଶିବଙ୍କ ଆସ୍ଥାନ ଉପରେ ପାଦ ଥୋଇ େଶାଇ ନ ଥାଆନ୍ତେ।
ଏକନାଥ ଏହା ଶୁଣି କହିଲେ- ଭାଇ ସେଇ କଥା। କୋଉଠି ଗୋଡ଼ ଥୋଇବି ବୋଲି ବିଚାରିଲା ବେଳକୁ ସବୁଠି ପରମେଶ୍ବର। ଚିନ୍ତାରେ ପଡ଼ିଗଲି। ସେଇଠୁ ଈଶ୍ବର କହିଲେ- ପାଗଳାଟାଏ କିରେ? ମୁଁ ତ ସବୁଠି। ତେଣୁ ଏତେ ଧନ୍ଦି ନ ହୋଇ ଯେଉଁଠି ଇଚ୍ଛା ଗୋଡ଼ ରଖ। ତୁମେ ଭାବୁଛ କି କେବଳ ଏହି ଆସ୍ଥାନରେ ମହାପ୍ରଭୁ ଅଛନ୍ତି? ସତ କଥା ହେଲା ସେ ସବୁଠି। ତେଣୁ କୁଆଡ଼େ ଗୋଡ଼ ରଖିବା?