ନାହିଁ ନାହିଁରେ ଚାଲିଛି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ସରକାରଙ୍କ ତରଫରୁ ପ୍ରତିବର୍ଷ ରୋଗୀ ମାନଙ୍କ ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ମେଡିକାଲ ନିର୍ମାଣ ଠାରୁୂ ଆରମ୍ଭ କରି ରୋଗୀ ମାନଙ୍କୁ ମାଗଣା େଓ÷ାଷଧ ଯୋଗାଇଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମୋହନା ସରକାରୀ ଗୋଷ୍ଠି ସ୍ୱାସ୍ୟ୍ଥ କେନ୍ଦ୍ରରେ ବିପରିତ ଚିତ୍ର ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ମେଡିକାଲକୁ ଡାକ୍ତର ଆସୁନଥିବା ଅଭିଯୋଗ ହୋଇଥିବା ବେଳେ ପାନୀୟ ଜଳ ଓ ମାଗଣା େଓ÷ାଷଧର ସୁବିଧା ମିଳୁନଥିବା ସହ ବିଦ୍ୟୁତ ସରାବରାହ ବନ୍ଦ ରହିଲେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର ଅଭିଯୋଗ ହୋଇଛି । ଏଥିôସହ ଦୀର୍ଘ ଦଶ ବର୍ଷ ଧରି ମେଡିକାଲ କୋଠା କର୍ମଚାରୀ ଙ୍କ ବାସସ୍ଥଳି ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିବା ସହ ସଂନ୍ଧ୍ୟା ସମୟରେ ମଦ୍ୟପ ମାନଙ୍କର ପାର୍ଦୁଭାବ ଦେଖିବାକୁ ମଳୁଥିବା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଯୁବକ ସଂଘ ପକ୍ଷରୁ ଅଭିଯୋଗ କରିଛନ୍ତି । ଅତ୍ୟାବଶ୍ୟକ ଜିନିଷ ମେଡିକାଲରେ ଉପଲବ୍ଧି ନଥିବାରୁ ଦୁରଦୁରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରତିଦିନ ହଜାର ହଜାର ରୋଗୀ ହନ୍ତସନ୍ତ ହେଉଥିବାରୁ ପ୍ରଶାସନ ଏଥିପ୍ରତି ଗୁରୁତର ସହ ନେବା ସହ ତୁରନ୍ତ ସମାଧାନ କରିବା ଆବଶ୍ୟକ । ଏନେଇ ସ୍ୱାସ୍ଥ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ଅତିଶିଘ୍ର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇ ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ।